21.1 C
Bhubaneswar
Saturday, December 6, 2025
Homeଓଡିଶାରାତିରେ ଶୋଇବା ପୂର୍ବରୁ ଧନିଆ ପତ୍ର ପାଣି ପିଅନ୍ତୁ

ରାତିରେ ଶୋଇବା ପୂର୍ବରୁ ଧନିଆ ପତ୍ର ପାଣି ପିଅନ୍ତୁ

ଭୁୁବନେଶ୍ୱର : ଧନିଆ ପତ୍ର ଖାଇବା  ଦ୍ୱାରା ସ୍ୱାସ୍ଥ୍ୟକୁ  ଲାଭ ମିଳିଥାଏ ।  ଧନିଆ ପତ୍ରରେ  ଆଣ୍ଟି ଅକ୍ସିଡାଣ୍ଟ ଏବଂ  ଆଣ୍ଟି  ଇମ୍ଫଲାମାଟୋରୀ  ଗୁଣ ମିଳିଥାଏ ।   କିଛି ଲୋକ ଏହାକୁ ପନିପରିବା ସହିତ ମିଶାଇ ଖାଇବାକୁ ବେଶ ପସନ୍ଦ କରନ୍ତି ।  ଧନିଆ ପତ୍ରକୁ  ଚଟଣି ଭାବରେ ମଧ୍ୟ ବ୍ୟବହାର କରାଯାଏ ।  ଫାଇଟୋନ୍ୟୁଟ୍ରିଏଣ୍ଟସ  ସହିତ ଧନିଆ  ପତ୍ରରେ  ଡାଏଟ୍ରି ଫାଇବର  ମାଙ୍ଗାନିଜ  , ଆଇରନ  ଏବଂ ମ୍ୟାଗ୍ନେସିୟମ  ମଧ୍ୟ ଭରପୁର ମାତ୍ରାରେ ଥାଏ ।  ଏହା ଭିଟାମିନ ସି , ଭିଟାମିନ କେ, ଏବଂ ପ୍ରୋଟିନର ଭଲ ଉତ୍ସ ।  ଏଥିରେ କ୍ୟାଲସିୟମ , ଫସଫରସ , ପୋଟାସିୟମ  , ଥିୟାମିନ  ଏବଂ କ୍ୟାରୋଟିନ ମଧ୍ୟ ବହୁତ କମ ପରିମାଣରେ ମିଳିଥାଏ ।  ରାତିସାରା ଧନିଆ ପତ୍ରକୁ ପାଣିରେ ବୁଡାଇ ରଖିବା ପରେ  ଏହାକୁ ସେବନ କରିବା  ସ୍ୱାସ୍ଥ୍ୟ ପାଇଁ  ଲାଭ ଦାୟକ ଅଟେ ।  ଏହା ପାଚନ ଶକ୍ତିକୁ ଉନ୍ନତ କରେ । ରାତିରେ ଖାଇବା ସମୟରେ   ଧନିଆପତ୍ରର ପାଣି ପିଅନ୍ତୁ । ଧନିଆ ପତ୍ର ଶରୀରରୁ ବିଷାକ୍ତ  ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ରକ୍ତକୁ ଶୁଦ୍ଧ କରେ ।  ଡାଇବେଟିସ ରୋଗୀଙ୍କ ପାଇଁ  ଧନିଆ ପତ୍ର ପାଣି ବହୁତ ଲାଭ ଦାୟକ ବୋଲି ବିବେଚନା କରାଯାଏ ।  ଏହା ଶରୀରର ରକ୍ତ ଶର୍କରା ସ୍ତରକୁ  ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking