21.1 C
Bhubaneswar
Saturday, February 14, 2026
Homeଓଡିଶାସିମେଣ୍ଟ୍, ଷ୍ଟିଲ୍ ବ୍ୟବସାୟରେ ସ୍ୱପ୍ନକୁ ମିଳିଲା ବାସ୍ତବତା: ସୁମିତ୍ରା ପଣ୍ଡାଙ୍କ ଅସାଧାରଣ ସଫଳତା

ସିମେଣ୍ଟ୍, ଷ୍ଟିଲ୍ ବ୍ୟବସାୟରେ ସ୍ୱପ୍ନକୁ ମିଳିଲା ବାସ୍ତବତା: ସୁମିତ୍ରା ପଣ୍ଡାଙ୍କ ଅସାଧାରଣ ସଫଳତା

ଭଦ୍ରକ : ଭଦ୍ରକ ଜିଲ୍ଲାର ଏକ ପାରମ୍ପରିକ ଗାଁ, ମୁଳଗାଁ ଗ୍ରାମର ୫୬ ବର୍ଷୀୟା ସୁମିତ୍ରା ପଣ୍ଡା ଏକ ଅଭିନବ ଇତିହାସ ସୃଷ୍ଟି କରିଛନ୍ତି । ଯେଉଁ ବୟସରେ ଅନେକେ କାମ କରିବାରୁ ଦୁରେଇ ଯାଇ ଆରାମ କରିବାକୁ ଚାହାନ୍ତି, ସୁମିତ୍ରା ସାହସର ସହିତ ବିଭିନ୍ନ କ୍ଷେତ୍ରରେ ନିଜର ଜୀବନ ଜୀବିକାକୁ ପାଇଁ ରୋଜଗାରର ପନ୍ଥା ଖୋଜିଛନ୍ତି । ହାର୍ଡୱେର କ୍ଷେତ୍ରରେ ମଧ୍ୟ ସେ ବ୍ୟବସାୟ କରିଛନ୍ତି ଯେଉଁ କ୍ଷେତ୍ରରେ ଗ୍ରାମୀଣ ଓଡ଼ିଶାରେ ମହିଳାଙ୍କ ଅଂଶଗ୍ରହଣ ପ୍ରାୟତଃ କମ ହିଁ ଦେଖିବାକୁ ମିଳିଥାଏ ।

ସୁମିତ୍ରାଙ୍କ ଉଦ୍ୟୋଗ ଯାତ୍ରା ଆରମ୍ଭ ହୋଇଥିଲା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଭାବରେ। କିନ୍ତୁ ସେ କେବଳ ପାରମ୍ପରିକ କୃଷି ଓ ପଶୁପାଳନ ମାଧ୍ୟମରେ ସୀମିତ ରହିଲେ ନାହିଁ। ଓଡ଼ିଶା ଜୀବିକା ମିଶନ (OLM)ର କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF), ସୁଭଦ୍ରା ଓ ମୁଦ୍ରା ଋଣ ପରି ଯୋଜନାଗୁଡ଼ିକର ସାହାଯ୍ୟରେ, ସେ ସିମେଣ୍ଟ, ରଡ୍ ଓ ଘର ନିର୍ମାଣ ସାମଗ୍ରୀର ଏକ ସଫଳ ବ୍ୟବସାୟ ଗଠନ କରିଥିଲେ । ସେ ଧୀରେ ଧୀରେ ତାଙ୍କ ବ୍ୟବସାୟ ବିସ୍ତାର କଲେ, ଯୋଗାଣକାରୀଙ୍କ ସହିତ ସଂଯୋଗ ଗଢ଼ିଲେ, ଆଉ ଠିକାଦାର ଓ ଗ୍ରାମବାସୀଙ୍କ ବିଶ୍ୱାସ ଅର୍ଜନ କଲେ । ତାଙ୍କର ଉଦ୍ୟୋଗର କାହାଣୀ କେବଳ ହାର୍ଡୱେଆର୍ ପର୍ଯ୍ୟନ୍ତ ସୀମିତ ନୁହେଁ ।

ସେ ମତ୍ସ୍ୟ ଚାଷ ଓ କୁକୁଡ଼ା ପାଳନକୁ ମଧ୍ୟ ନିଜ ଆୟର ଅନ୍ୟତମ ଉତ୍ସ ଭାବରେ ଗ୍ରହଣ କରିଥିଲେ । ଏହି ବହୁମୁଖୀ ପ୍ରୟାସ ତାଙ୍କୁ ବାର୍ଷିକ ୨.୨ ଲକ୍ଷ ଟଙ୍କା ଆୟ କରିବାର ସାହାଯ୍ୟ କରିଛି, ଯାହା ତାଙ୍କୁ “ଲକ୍ଷପତି ଦିଦି”ର ମାନ୍ୟତା ପ୍ରଦାନ କରିଛି । ସୁମିତ୍ରାଙ୍କ ସଫଳତାର ସବୁଠାରୁ ମୂଲ୍ୟବାନ ଦିଗ ହେଉଛି ତାଙ୍କର ଆୟର ବହୁଳ ବ୍ୟବହାର । ସେ ଏହି ଆୟକୁ ନିଜ ସ୍ୱପ୍ନରେ ପାଇଁ ନୁହଁ ନିଜ ପିଲାଙ୍କ ଶିକ୍ଷାରେ ମଧ୍ୟ ବିନିଯୋଗ କରିଥିଲେ । ତାଙ୍କର ଏହି ପ୍ରୟାସ ତାଙ୍କ ଦୁଇ ପୁତ୍ରଙ୍କୁ ଇଞ୍ଜିନିୟରିଂ ଶିକ୍ଷା ଏବଂ ଝିଅଙ୍କୁ ଏମସିଏ ଡିଗ୍ରୀ ପାଇବାରେ ସାହାଯ୍ୟ କରିଛନ୍ ଏବଂ ନିଜ ସ୍ୱପ୍ନର ଘର ନିର୍ମାଣ କରିଛନ୍ତି । ୨୦ ଜୁନ୍ ୨୦୨୫ରେ, ଭୁବନେଶ୍ୱରର ଜନତା ମଇଦାନରେ ଓଡ଼ିଶାର ନୂତନ ସରକାରର ଏକ ବର୍ଷ ଓ କେନ୍ଦ୍ର ସରକାରର ଏଗାର ବର୍ଷ ପୂର୍ତ୍ତି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମାନ ପାଇବା ସୁମିତ୍ରାଙ୍କ ଯାତ୍ରାକୁ ଜାତୀୟ ମଞ୍ଚରେ ସ୍ଵୀକୃତି ପ୍ରଦାନ କରିଛି । ଏହି ମୁହୂର୍ତ୍ତ କେବଳ ଜଣେ ମହିଳାଙ୍କ ପାଇଁ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶାର ଲକ୍ଷାଧିକ ମହିଳାଙ୍କ ପାଇଁ ଏକ ପ୍ରେରଣାର ପ୍ରତୀକ ।

ସୁମିତ୍ରା ପଣ୍ଡା ଆଜି କେବଳ ଜଣେ ସଫଳ ଉଦ୍ୟୋଗୀ ନୁହଁନ୍ତି, ସେ ହେଉଛନ୍ତି ଜଣେ ପଥପ୍ରଦର୍ଶକ ଯିଏ ପାରମ୍ପରିକ ଲିଙ୍ଗ ଭୂମିକାକୁ ଚ୍ୟାଲେଞ୍ଜ କରିଛନ୍ତି, ଜଣେ ଦୃଢ଼ସଂକଳ୍ପୀ ମା ଯିଏ ନିଜ ସନ୍ତାନଙ୍କ ଭବିଷ୍ୟତ ଗଠନ କରିଛନ୍ତି, ଜଣେ ସମାଜ ସଂସ୍କାରକ ଯିଏ ଅନ୍ୟ ମହିଳାଙ୍କୁ ସଶକ୍ତ ହେବା ପାଇଁ ପ୍ରେରଣା ଯୋଗାଉଛନ୍ତି । ତାଙ୍କର ଏହି ଅସାଧାରଣ ଯାତ୍ରା ପ୍ରମାଣ କରେ ଯେ, ସଠିକ୍ ସୁଯୋଗ ଓ ସମର୍ଥନ ପାଇଲେ, ଗ୍ରାମ୍ୟ ମହିଳାମାନେ କେବଳ ନିଜ ଜୀବନର ନୁହେଁ, ସମଗ୍ର ସମାଜର ଭାଗ୍ୟ ପରିବର୍ତ୍ତନ କରିପାରିବେ । ସୁମିତ୍ରାଙ୍କ କାହାଣୀ ଏକ ପ୍ରମାଣ – ଯେବେ ଅଦମ୍ୟ ଇଚ୍ଛା ଶକ୍ତି ଓ ସମର୍ଥନ ଥାଏ, ବୟସ କିମ୍ବା ପରିସ୍ଥିତି କେବେ ବାଧା ସୃଷ୍ଟି କରିପାରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking