22.1 C
Bhubaneswar
Monday, December 15, 2025
Homeଓଡିଶାରଙ୍ଗ ସଙ୍ଗମର ଶେଷ ସନ୍ଧ୍ୟାରେ ନାଟକ "ଆସ୍ଥା" ମଞ୍ଚସ୍ଥ

ରଙ୍ଗ ସଙ୍ଗମର ଶେଷ ସନ୍ଧ୍ୟାରେ ନାଟକ “ଆସ୍ଥା” ମଞ୍ଚସ୍ଥ

ଭୁବନେଶ୍ୱର :  ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମର ଆଜି ଶେଷ ସନ୍ଧ୍ୟାରେ ନାଟକ “ଆସ୍ଥା” ମଞ୍ଚସ୍ଥ ହୋଇଛି। ଡ଼.ସୁଧାଂଶୁ ନାୟକଙ୍କ ରଚିତ ଏହି ନାଟକକୁ ଦେଖିବା ପାଇଁ ଭଞ୍ଜକଳା ମଣ୍ଡପରେ ଆଜି ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ନିର୍ଦ୍ଦେଶକ ଶ୍ରୀ ମନୋଜ ପଟ୍ଟନାୟକ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଭୁବନେଶ୍ୱରର ମନନ ନାଟ୍ୟ ସଂସ୍ଥାର କଳାକାରମାନେ ମଞ୍ଚରେ ବିଭିନ୍ନ ଚରିତ୍ରକୁ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରି ଗଢ଼ିତୋଳିଥିଲେ।

ପ୍ରକାଶଯୋଗ୍ୟ ଯେ, ଫେବୃଆରୀ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”ର ଆୟୋଜନ କରାଯାଇଥିଲା। ଓଡ଼ିଶାର କାଳଜୟୀ ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଅସ୍ମିତା ଉପରେ ଆଧାରିତ ଏହି ନାଟକ ସମୂହ ଦର୍ଶକମାନଙ୍କ ମନ ଜିଣିବାରେ ବେଶ ସଫଳ ହୋଇପାରିଛି। ନାଟକ ଉତ୍ସବର ବିଗତ ଦିନ ମାନଙ୍କରେ ନାଟକ ନିଃସଙ୍ଗ ନାୟକ, ଦାନାପାଣି, ଚିତ୍ରପ୍ରତିମା, ମାଗୁଣିର ଶଗଡ଼ ଆଦି ମଧ୍ୟ ପରିବେଷଣ କରାଯାଇଥିଲା।

ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking