ଭୁବନେଶ୍ୱର: ଭୁବନେଶ୍ୱର ଡ୍ରେନେଜ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢିଛି । ଏ ଦିଗରେ ଗୁରୁତ୍ୱ ଦେବାର ଅଛି କହିଲେ ମୁଖ୍ୟମନ୍ତ୍ରୀ । ବନ୍ୟା , ବାତ୍ୟା ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ରୁହ । ରାଜସ୍ୱ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନାଥାଉକି, ଗତକାଲି ଭୁବନେଶ୍ୱରରେ କ୍ରୁତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିଥିଲେ ମନ୍ତ୍ରୀ । ବର୍ଷାରେ ପାଣି ଜମୁଥିବା ସ୍ଥାନଗୁଡିକୁ ଯାଇ ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ସମାଧାନ ନେଇ ଆଲୋଚନା କଲେ । ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, ଭୋଇନଗରରେ ସମୀକ୍ଷା କଲେ । ରାଜୀବ ନଗର ଓ ରୁଦ୍ରପୁର ପରିଦର୍ଶନ ମଧ୍ୟ ସମୀକ୍ଷା କରିଥିଲେ ।