26.1 C
Bhubaneswar
Wednesday, December 17, 2025
Homeଓଡିଶାଡ୍ରେନ ଟ୍ରାଜେଡି: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମାଗିଲେ ନଗର ଉନ୍ନୟନ ମନ୍ତ୍ରୀ

ଡ୍ରେନ ଟ୍ରାଜେଡି: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମାଗିଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍‌ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକର ମୃତ୍ୟୁ ଘଟିବା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ସେ ସମୀକ୍ଷା ମଧ୍ୟ କରିଛନ୍ତି। ସେ ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣେ ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ଏହାଛଡ଼ା ରାଜ୍ୟ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିଗ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣା ମତେ ବ୍ୟଥିତ କରିଛ। ପିଲାଟିର ଆତ୍ମାର ସଦଗତି କାମନା କରିବା ସହ ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଭଳି ଅଘଟଣ ଆଗକୁ ଯେମିତି ନଘଟିବ ସେ ଦିଗରେ ଆମ ସରକାର କାର୍ଯ୍ୟ କରିବ ବୋଲି କହିଛନ୍ତି। ଏହା ପୂର୍ବରୁ ଏହି ଘଟଣା ନେଇ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଏଥି ସହିତ ସେ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଥିଲେ।

ସୂଚନାନୁସାରେ , ରାଜଧାନୀରେ ଖୋଲା ଡ୍ରେନ୍‌ରେ ଏକ ୧୧ ବର୍ଷର ନାବାଳକ ଭାସିଯାଇଥିଲା । ପ୍ରବଳ ବର୍ଷ ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି ସୂଚନା ମିଳିଥିଲା । ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଖୋଜାଖୋଜି କରୁଥିଲେ । କିଛି ସମୟ ଖୋଜାଖୋଜି କରି ତାକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଉଦ୍ଧାର ବେଳେ ତାର ସ୍ୟସ୍ଥ୍ୟ ଅବସ୍ଥା ଭଲ ନଥିଲା। ଡାକ୍ତରଖାନରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଛନ୍ତି । ତେବେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର କିଛି ପିଲା ଅପରାହ୍ନରେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ପ୍ରବଳ ବର୍ଷା ସମୟରେ ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଡ୍ରେନ୍‌କୁ ଯାଇଥିଲା। ତେବେ ବେଲୁନ୍‌ ଆଣୁଥିବା ବେଳେ ବର୍ଷା ପାଣିରେ ଭରା ଡ୍ରେନରେ ଏସ୍‌କେ ରାଜେଶ୍‌ ଭାସିଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking