26.1 C
Bhubaneswar
Monday, February 16, 2026
Homeଓଡିଶାଡା. ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର

ଡା. ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର

ସମ୍ବଲପୁର: ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ବର୍ତ୍ତମାନ ଅମ୍ଳଜାନ ଦିଆଯାଉଛି । ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇଛି ।ସୂଚନା ଅନୁସାରେ, ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବୟସ ୭୯ । ଶାନ୍ତିନଗର ସ୍ଥିତ ତାଙ୍କ ନିଜ ଘରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ପ୍ରାୟ ଏକବର୍ଷ ହେଲା ସେ ସ୍ନାୟୁଜନିତ ସମସ୍ୟାରେ ପୀଡିତ ରହିଥିବା ବେଳେ ବିଶେଷ ଚଲାବୁଲା କରିପାରୁନଥିଲେ । ଘରେ ରହି ସେ ଚିକିତ୍ସିତ ହେଉଥିଲେ। ସୂଚନା ଯୋଗ୍ଯ ଯେ, ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking