19.1 C
Bhubaneswar
Monday, December 8, 2025
Homeଓଡିଶାନୂଆ ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଡିପିଆର: ମନ୍ତ୍ରୀ

ନୂଆ ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଡିପିଆର: ମନ୍ତ୍ରୀ

ଭୁବନେଶ୍ୱର:  ୮ ଶହ ଏକରରେ ନୂଆ ଭୁବନେଶ୍ୱର ପାଇଁ ଡିପିଆର ପ୍ରସ୍ତୁତ ହେବ ।  ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।  କହିଛନ୍ତି, ନୂଆ ସହରର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ ।  ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ ପ୍ରାଇଭେଟ ଜମି ରହିଛି ।  ଜଙ୍ଗଲ ଜମିରେ ଆବଶ୍ୟକ ହେଲେ ପାର୍କ କିମ୍ବା ସେଭଳି ଜିନିଷ କରାଯିବ । ମେଟ୍ରୋ ମଧ୍ୟ ନୂଆ ସହରକୁ ଛୁଇଁବାକୁ ଯୋଜନା କରାଯାଉଛି । ସେହିପରି ପୁରୁଣା ଭୁବନେଶ୍ୱର ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି ।  ଆଉଟର ରିଙ୍ଗ ରୋଡ ଏବଂ ସେଣ୍ଟ୍ରାଲ ରିଙ୍ଗ ରୋଡ ପରେ ସହର ଭିଡ କମିବ ।  ସହରକୁ ସଜାଡିବାକୁ ସରକାର ପ୍ରସ୍ତୁତ ଅଛନ୍ତି  କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking