28.1 C
Bhubaneswar
Thursday, February 5, 2026
Homeଓଡିଶାଡ଼ିପିଏମ ଓ ଡ଼ିପିସିମାନେ ଦାୟିତ୍ଵବାନ ହୋଇ କାର୍ଯ୍ୟ କରନ୍ତୁ: ଉପମୁଖ୍ୟମନ୍ତ୍ରୀ

ଡ଼ିପିଏମ ଓ ଡ଼ିପିସିମାନେ ଦାୟିତ୍ଵବାନ ହୋଇ କାର୍ଯ୍ୟ କରନ୍ତୁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନସ୍ଥିତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗର କ୍ଷେତ୍ର ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ପରିଚାଳକ(ଡ଼ିପିଏମ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡ଼ିପିସି)ଙ୍କ କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅତିରିକ୍ତ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଏଯାବତ ୨୦୨୫ -୨୬ ଆର୍ଥିକ ବର୍ଷରେ ୧.୬୭ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ସଂଯୋଗ ମାଧ୍ୟମରେ ୧୦ଲକ୍ଷ ୧୮୪ କୋଟି ପ୍ରଦାନ କରାଯାଇଛି ବୋଲି ଏହି ବୈଠକରେ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଗତ ବର୍ଷ ତୁଳନାରେ ବ୍ୟାଙ୍କ ଋଣ ସୁଧ ଫେରସ୍ତ ଅଧିକ ସଂଖ୍ୟାରେ ହୋଇଛି ବୋଲି ମଧ୍ୟ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହା ସହ କ୍ଷେତ୍ରସ୍ତରୀୟ ଆର୍ଥିକ କାର୍ଯ୍ୟକଳାପ, ବ୍ୟାଙ୍କ ସମ୍ବନ୍ଧୀୟ, ଋଣ ସମ୍ବନ୍ଧୀୟ ଆଦି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିବା ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ (ଜି ଟୁ ବି) ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ଓ ଉତ୍ପାଦଗୁଡିକର ଗୁଣବତ୍ତାକୁ ଧ୍ୟାନ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଡିପିଏମ ଓ ଡ଼ିପିଏସ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ଦାୟିତ୍ଵବାନ ଓ ଉତ୍ତରଦାୟୀ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ୩୬ତମ କୋଣାର୍କ ମହୋତ୍ସବ ଅବସରରେ ଅନୁଷ୍ଠିତ ହୋଇଥିବା ପୁରୀ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ସଫଳତା ପରେ ବାକି ଆଉ ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରାଯିବା ସହ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗୀମାନଙ୍କୁ ସୁଯୋଗ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking