18.1 C
Bhubaneswar
Sunday, February 8, 2026
Homeଓଡିଶାଯାଜପୁର ଜିଲ୍ଲାରେ ଯୌତୁକ ନିଷେଧ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ଯାଜପୁର ଜିଲ୍ଲାରେ ଯୌତୁକ ନିଷେଧ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୌତୁକ ନିଷେଧ ଅଧିନିୟମ – ୧୯୬୧ ବିଷୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଯୋଗଦେଇ ମହିଳା ମାନଙ୍କୁ କିପରି ଯୌତୁକ ନିର୍ଯ୍ୟାତନା ରୁ ରୋକାଯାଇ ପାରିବ ଏବଂ ଏ ଦିଗରେ ସରକାରଙ୍କ ବିଭିନ୍ନ ଆଇନଗତ ସହାୟତା କିପରି ଯୋଗାଇ ଦିଆଯାଇପାରିବ ଏ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ କିଶୋରୀ ବାଳିକା ମାନେ ଭବିଷ୍ୟତରେ କିପରି ଏହି ଯୌତୁକ ପ୍ରଥାର ଶିକାର ନହେବେ ସେ ସମ୍ବନ୍ଧରେ କିଶୋରୀ ମାନଙ୍କୁ ବୁଝାଯାଇଥିଲା। ସମାଜକୁ କିପରି ଯୌତୁକ ନିଷେଧ ସୁସ୍ଥ ସମାଜ କରିପାରିବେ ସେଥିପ୍ରତି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଉକ୍ତ ସଭାରେ ପ୍ରଶିକ୍ଷକ ଭାବେ ଅଖିଳ ମୋହନ ଦାସ ଉପସ୍ଥିତ ରହି ଯୌତୁକ ନିଷେଧ ଅଧିନିୟମ ୧୯୬୧ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ ଏହି ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ। ଉକ୍ତ ସଭାରେ ଜିଲ୍ଲା ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ଜିଲ୍ଲା ସବ୍-ଡିଭିଜନାଲ ଅଧିକାରୀ, ସଖୀ ପରିଚାଳିକା ଓ ସଦସ୍ୟା, ସ୍ବେଛାସେବୀ କର୍ମକର୍ତ୍ତା, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ଓ ଜିଲ୍ଲାର ହବ ଷ୍ଟାଫ୍ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking