26.1 C
Bhubaneswar
Tuesday, June 10, 2025
Homeଓଡିଶାରାୟଗଡାରେ ଡବଲ ମର୍ଡର

ରାୟଗଡାରେ ଡବଲ ମର୍ଡର

ରାୟଗଡା: ଲିକିଟିପଡା ସରପଞ୍ଚଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରାୟଗଡା ଜିଲ୍ଲାର ପଦ୍ମପୁର ଥାନା ଅନ୍ତର୍ଗତ ସରିଗଡା ଗାଁରେ ଏହି ଡବଲ ମର୍ଡର ଘଟିଛି । ମୃତକଙ୍କ ନାମ ଆଗାଧୁ ଗମାଙ୍ଗା ଏବଂ ଶ୍ୱଶୁରଙ୍କ ନାମ ସେମେରା ଗମାଙ୍ଗା ବୋଲି ଚିହ୍ନଟ କରାଯାଇଛି । ଦୁର୍ବୃତ୍ତମାନେ ସେମାନଙ୍କ ଗଳା କାଟି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି । ମାଡ ଯୋଗୁଁ ବାପା ଓ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପାରିବାରିକ କଳହ ଯୋଗୁଁ ସେମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଏହି ଡବଲ ମର୍ଡର ଯୋଗୁଁ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking