ଆଗ୍ରା: ଆଗ୍ରାରେ ଏକ ଚାଞ୍ଚଲ୍ୟକର ଘଟଣା ସମ୍ନାକୁ ଅସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମାମଲାଟି ଇଦରତ ନଗର ଥାନା ଅଞ୍ଚଳର । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଖୋଜିବା ସହ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହି ଘଟଣା ପଛରେ ପାରିବାରିକ କଳହ କାରଣ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଆଗ୍ରାର ଇଦରତନଗର ଥାନା ଅନ୍ତର୍ଗତ ଭ୍ରାଥଲା ଗାଁରେ ଏକ ଘର ଭିତରେ ଜଣେ ମାଆ ଏବଂ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ଖବର ମିଳିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରକୁ ଯାଇ ଦେଖିଲେ ଯେ ମାଆ ଏବଂ ଝିଅ ଆହତ ଅବସ୍ଥାରେ ପଡ଼ିଛନ୍ତି। ଏହା ପରେ ପୋଲିସ ଉଭୟଙ୍କୁ ଡାକ୍ତରଖାନା ପଠାଇଥିଲା, ଯେଉଁଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକୃତରେ, କୃଷ୍ଣକାନ୍ତ ତାଙ୍କ ପରିବାର ସହିତ ରହୁଥିଲେ କିନ୍ତୁ ଘଟଣା ଦିନ ସକାଳରୁ ଘରୁ ଫେରାର୍ ଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ସ୍ୱାମୀ ମର୍ଡର କରି କୌଣସି ସ୍ଥାନକୁ ଚାଲିଯାଇଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ସ୍ୱାମୀ-ସ୍ତ୍ରୀ ପ୍ରତିଦିନ ଝଗଡ଼ା କରୁଥିଲେ। ଯାହା ଯୋଗୁଁ ଏହି ବଡ଼ ଘଟଣା ଘଟିଛି। ଶମଶାବାଦର ଏସିପି ଗିରିଶ କୁମାର କହିଛନ୍ତି ଯେ ପୋଲିସ ଷ୍ଟେସନକୁ ସୂଚନା ମିଳିଥିଲା ଯେ ଘର ଭିତରେ ଜଣେ ମହିଳା ଏବଂ ତାଙ୍କ ଝିଅ ଅଚେତ ଅବସ୍ଥାରେ ପଡ଼ିଛନ୍ତି। ଏହା ପରେ ପୋଲିସ ସେମାନଙ୍କୁ ହସ୍ପିଟାଲ ପଠାଇଥିଲା ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରୁ ସ୍ୱାମୀ ମିଳି ନଥିଲେ। ମହିଳାଙ୍କ ମୁହଁରେ ଗମ୍ଭୀର ଆଘାତ ଚିହ୍ନ ଥିଲା ଏବଂ ଝିଅର ମୁହଁରୁ ଫେଣ ବାହାରୁଥିଲା। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି। ବର୍ତ୍ତମାନ ସ୍ୱାମୀଙ୍କୁ ଖୋଜା ଚାଲିଛି। ଅନ୍ୟପକ୍ଷରେ, ଏହି ଘଟଣା ପାଇଁ ଗାଁର ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କେହି ବୁଝିପାରୁ ନାହାଁନ୍ତି ଯେ କାହିଁକି କେହି ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ଏପରି ହତ୍ୟା କରିବେ। ପୋଲିସ ପଡ଼ୋଶୀ ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରୁଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।