ନୂଆପଡା: ନୂଆପଡାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଭେଟି । ୧୧୦୧ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଭେଟିଦେଲେ । ୯୫୭ଟି ପ୍ରକଳ୍ପର ଘୋଷଣା କରିଛନ୍ତି, ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି, ଓଡିଶାର ବିକାଶ ପାଇଁ ଡବଲ ଇଞ୍ଜିନ କାମ କରୁଛି । ସବୁ ଜିଲ୍ଲାର ବିକାଶକୁ ସମାନ ଦୃଷ୍ଟିରେ ରଖିଛୁ । ପୂର୍ବ ସରକାରର ଇଚ୍ଛାଶକ୍ତି ଅଭାବରୁ ନୂଆପଡାର ଉନ୍ନତି ହୋଇନି । ନୂଆପଡାକୁ ୧୧୦୦ କୋଟି ଟଙ୍କାର ଭେଟି ଦେଇଛି । ଜଳସେଚନ, ପିଏମ ଆବାସ, କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । ନୂଆପଡାର ବିକାଶ କ୍ଷେତ୍ରରେ କେନ୍ଦ୍ରର ଅବଦାନ ରହିଛି ।










