19.1 C
Bhubaneswar
Sunday, December 14, 2025
Homeଓଡିଶାଡବଲ ଇଞ୍ଜିନ ସରକାର ଲୋକଙ୍କ ସାମ୍ବିଧାନିକ ଅଧୂକାର ଛଡ଼େଇ ନେଉଛନ୍ତି : ଭକ୍ତ ଦାସ

ଡବଲ ଇଞ୍ଜିନ ସରକାର ଲୋକଙ୍କ ସାମ୍ବିଧାନିକ ଅଧୂକାର ଛଡ଼େଇ ନେଉଛନ୍ତି : ଭକ୍ତ ଦାସ

ଭୁବନେଶ୍ବର: ଆଜି ସଂନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ରାଜମହଲ ଛକଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଅ ଯାତ୍ରା କରାଯାଇଥିଲା । ଏହାପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଶ୍ରୀ ଦାସଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଅ ସମାବେଶ ଆୟୋଜିତ ହୋଇଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ ଦେଶର ସମ୍ବିଧାନ ଆଜି ସଙ୍କଟରେ । ସମ୍ବଧାନର ସୁରକ୍ଷା ପାଇଁ ଲଢ଼େଇ କରିବା ପ୍ରତ୍ୟେକ ରାଜନୈତିକ ଦଳର କର୍ତ୍ତବ୍ୟ ତଥା ସାଧାରଣ ଜନତାଙ୍କର ମଧ୍ଯ କର୍ତ୍ତବ୍ୟ । ମୋଦି ସରକାର ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ଦୁରୂପୋଯୋଗ କରୁଛନ୍ତି ।

ସମ୍ବିଧାନ ସଶକ୍ତ ହେଲେ ଆମ ଗଣତନ୍ତ୍ର ସଶକ୍ତ ହେବ ଏବଂ ଆମ ଅଧିକାର ସୁରକ୍ଷିତ ରହିବ । ଏହି ଦୀର୍ଘ ୧୨ ମଧ୍ଯ ମଧ୍ୟରେ ଭାରତ ବର୍ଷର ବିଜେପି ସରକାର ଏବଂ ବିଜେପି ଦଳ ଭାରତ ବର୍ଷର ସମ୍ବିଧାନକୁ ବିକୃତ କରିଚାଲିଛନ୍ତି। ବିଜେପି ଓ ଆରଏସଏସର ବିଚାରଧାରାରେ ସମ୍ବିଧାନକୁ ବଦଳେଇବା ପାଇଁ ନିଷ୍ପତ୍ତି ନିଆଯାଉଛି। ଘୃଣା, ହିଂସା, ଭେଦଭାବ ସୃଷ୍ଟଚ଼ରି ଭାଇଚାରାକୁ ନଷ୍ଟ କରାଯାଉଛି । ଏହାଦ୍ୱାରା ଦେଶରେ ଥିବା ବିଭିଦତା ଭିତରେ ଐକ୍ୟତା ଓ ଜାତୀୟ ସଂହତି ନଷ୍ଟ ହେଉଛି । ଏଥିପାଇଁ ଆମ ସମସ୍ତଙ୍କୁ ସତର୍କ ରହିବା ସହିତ ଭାରତ ବର୍ଷର ସାଧାରଣ ଜନତାକୁ ଏଭଳି ପରସ୍ଥିତି ପାଇଁ ସଚେତନ କରିବାକୁ ପଡ଼ିବ । କେନ୍ଦ୍ର ବିଜେପି ସରକାର ଶାସନ କାଳ ସମୟରେ ନିର୍ବାଚନ ଆୟୋଗ ନିଜର ଗାରିମା ସଂପୂର୍ଣ ଭାବରେ ନଷ୍ଟ କରିଦେଇସାରିଛି। ନିର୍ବାଚନ ଆୟୋଗ ଆଜି ବିଜେପିର ଖେଳନା ସାଜିଛି । ଗଣଙ୍କ ନିଷ୍ପତିକୁ ଗୌଣ କରି ଦିଆଯାଉଛି । ନ୍ୟାୟାଳୟ ଆଉ ନିରପେକ୍ଷ ନାହିଁ । ବିରୋଧ ଦଳର ନେତବର୍ଗଙ୍କୁ ଇ.ଡ଼ି., ସିବିଆଇ, ଆଇଟି, ଅଧୂକାରୀଙ୍କ ଦ୍ବାରା ବିଭିନ୍ନ ମିଛ ମାମଲା ଦାୟର କରି ଭୟଭୀତ କରାଯାଉଛି । ଫଳସ୍ବରୂପ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲିବାକୁ ନିର୍ବାଚିତ ପ୍ରତିନିଧୂମାନେ ଭୟ କରୁଛନ୍ତି । ସରକାରୀ ଚାପ, ଭୟ ଓ ବିଭିନ୍ନ ଆର୍ଥକ ପ୍ରଲୋଭନରେ ଆଜି ଚତୁର୍ଥ ସ୍ତମ୍ଭ ସଂପୂର୍ଣ ରୂପେ କବଳିତ ଫଳରେ ସତ୍ୟ ଓ ନ୍ୟାୟ ପାଇଁ ନ୍ୟାୟର ଲଢ଼େଇ ପାଇଁ ଯେଉଁ ଚତୁର୍ଥ ସ୍ତମ୍ଭ ସୃଷ୍ଟି କରାଯାଇଥିଲା ତାହା ଆଜି ସେ ଉଦ୍ଦେଶ୍ୟ ଠାରୁ ବହୁ ଦୂରରେ। ଏଥିପାଇଁ ଆମ ସମ୍ବିଧାନର ସୁରକ୍ଷାର ଆବଶ୍ୟକ‌ତା ରହିଛି। ସମ୍ବିଧାନ ବଂଚିଲେ ଗଣତନ୍ତ୍ର ବଂଚିବ ଓ ଦେଶ ମଧ୍ୟ ବଂଚି ରହିବ।

ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଢ଼ୁ କହିଲେ ଯେ ଦେଶରେ ବିଜେପି ସରକାର ଏକ ନୂଆ ସମ୍ବିଧାନ ପ୍ରଣୟନ ପାଇଁ ଅପଚେଷ୍ଟା କରୁଛି । ଦୁର୍ନୀତି ବିଜେପିର ନୀତି ହୋଇଛି । ଆଳି ଭାରତ ବର୍ଷର ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ କୁ ମୋଦିଙ୍କ ବନ୍ଧୁ ବ୍ୟବସାୟୀଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଉପରେ ପ୍ରହାର କରାଯାଉଛି । ଆଦିବାସୀ ମାନଙ୍କ ସାମ୍ବିଧାନିକ ଅଧୂକାରକୁ ଉଲ୍ଲଙ୍ଘନ କରାଯାଉଛି। ଚାଷୀ, ଯୁବକ, ଛାତ୍ର ଓ ମହିଳା ସଂପୂର୍ଣରୂପେ ସରକାରୀ ଷଡଯନ୍ତ୍ରରେ ଶିକାର। ସମସ୍ତଙ୍କର ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖୁବାପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖୁବ ଏବଂ ଏଥିପାଇଁ ଜୀବନ ଦେବାକୁ ପ୍ରସ୍ତୁତ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକନ୍ତ ଜେନା କହିଲେ ଯେ ଦଳିତ, ଆଦିବାସୀ ଓ ପଛୁଆବର୍ଗ ବିଜେପି ସରକାରରେ ସଂପୂର୍ଣ୍ଣ ଉପେକ୍ଷିତ । ସମ୍ବିଧାନ ସେମାନଙ୍କୁ ଦେଇଥିବା ଅଧୁକାର କାର୍ଯ୍ୟକାରୀ ହେବାରେ ବିଜେପି ସରକାର ବାଧକ ସାଜିଛି । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଅଧିକାରରୁ ବଞ୍ଚିତ କରାଯାଉଛି । ଆଦିବାସୀଙ୍କୁ ବାସଚ୍ୟୁତ କରାଯାଉଛି। ସେମାନଙ୍କର ବାସସ୍ଥାନରେ ଥ‌ିବା ଖଣି, ଖାଦାନ ଲୁଟ ହେଉଛି। ମାତ୍ର ପେସା ଆଇନ ଲାଗୁ କରାଯାଉ ନାହିଁ । ଜଙ୍ଗଲ ଅଧିକାର ଆଇନର ଖୁଲା ଭଲଙ୍ଘନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର କାଡାମ, ଶରତ ପଟ୍ଟନାୟକ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଏଆଇସିସ ସମ୍ପାଦକ ଶାହାନଓ୍ୱାଜ ଚୌଧୁରୀ, ସିଏସ ରାଜନ ଏକ୍ଲା, ରମେଶ ଜେନା, ଅଶୋକ ଦାସ, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ସରସ୍ବତୀ ହେମ୍ବ୍ରମ, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ସମସ୍ତ ଜିଲ୍ଲା କଂଗ୍ରେ ସଭାପତି, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରଣଜିତ ପାତ୍ର, ୟାସିର ନଓ୍ୱାଜ, ଉଦିତ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ଜେନା, ମହମ୍ମଦ ଇମଦାଦ, ରବିନ୍ଦ୍ର ମଲ୍ଲିକ, ମନୋରଞ୍ଜନ ଦାଶ, କିଶୋର ଜେନା, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ନିହାର ବେହେରା, ମାନସ ଆଚାର୍ଯ୍ୟ, ଚିନ୍ମୟ ବେଉରା, ପ୍ରଣତୀ ମିଶ୍ର, କୃଷ୍ଣ ମହାନ୍ତି, ସ୍ଵାଗତ କର, ସୁଦିପ ସାମଲ, ସୁବିତ୍ର ମହାପାତ୍ର, ପ୍ରକାଶ ଜେନା, ମନୋଜ ସାହୁ, ଲିପିକା ପାତ୍ର, ଜୟଶ୍ରୀ ପାତ୍ର, ମନିଷାଦାସ ପଟ୍ଟନାୟକ, ସନ୍ତୋଷ ଜେନା, ଶିଚ୍ଛିଶ୍ରୀ ହରିଚନ୍ଦନ, ଶାନ୍ତଲତା ବେହେରା, ସାନ୍ତନୁ ସାହୁ, ଦେବସ୍ମିତା ଶର୍ମା, ସୋନାଲି ସାହୁ, ସ୍ଵାଗତିକା ପଟ୍ଟନାୟକ, ଦେବୀ ପ୍ରସାଦ ଜେନା, ଶ୍ରୀୟାସ୍ମିତା ପଣ୍ଡା, ବାଙ୍କନିଧ ବେହେରା, ମହମ୍ମଦ ସାହାଦୁଲ୍ଲା, ଅଜୟ ସାହୁ, ସତ୍ୟବ୍ରତ ନାୟକ, ଚିନ୍ମୟ ଦାସ, ମିତ୍ରଭାନୁ ମହାପାତ୍ର, ପ୍ରତାପ ପ୍ରଧାନ, ସ୍ମୃତିରଞ୍ଜନ ସ୍ୱାଇଁ, ମହମ୍ମଦ ଗୁଲଫାମ, ସାହାରୁଖ ଖାନ, ବିଲୁ ପ୍ରସାଦ ଜେନା, ପ୍ରଶାନ୍ତ ଚମ୍ପରି, ଅଶୋକ ଦାସ, ଅମରେଶ ପରିଡ଼ା, ମିହିର ଆଚାର୍ଯ୍ୟ, ସୁଭାଷ ପ୍ରଧାନ, ବଟକୃଷ୍ଣ ରାଉତରାୟ, ମହମ୍ମଦ ପରଭେଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking