28.1 C
Bhubaneswar
Sunday, September 8, 2024
Homeଓଡିଶାଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି : ନବୀନ

ଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି : ନବୀନ

ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି । ଆମେ ଏହି ବଜେଟ୍ ନେଇ ଖୁସି ନାହୁଁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି । ସେହିପରି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ । ଯାହା ଆଗରୁ ଥିଲା, ସେଥିରେ ୧୦ରୁ ୧୫ ପ୍ରତିଶତ ଟଙ୍କା ବଢ଼ିଛି । ଏହା ଏକ ହାୱା । ମୋହନ ସରକାରଙ୍କ ବଜେଟ୍‌ରେ କେବଳ ନାମ ପରିବର୍ତ୍ତନ ହୋଇଛି । ଲୋକଙ୍କୁ ଭୁଲାଇବା ପାଇଁ ଏହି ବଜେଟ୍ । ଗରିବମାନଙ୍କୁ ମାରିବା ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି ।

ସୂଚନାଯୋଗ୍ୟ, ବିଧାନସଭାରେ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ସେ ଚଳିତ ଆର୍ôଥକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ୍‌ରେ ରାଜ୍ୟ ସରକାର କିଛି ପୂରୁଣା ଯୋଜନାର ନାମ ପରିବର୍ତ୍ତନ କରିଥିବା ବେଳେ କିଛି ନୂଆ ଯୋଜନା ଲାଗୁ କରିଛନ୍ତି । ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ସମାଜର ୪ ବର୍ଗ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking