26.1 C
Bhubaneswar
Wednesday, April 9, 2025
Homeଓଡିଶାଭୁବନେଶ୍ବରରେ ଡବଲ ଏନକାଉଣ୍ଟର

ଭୁବନେଶ୍ବରରେ ଡବଲ ଏନକାଉଣ୍ଟର

ଭୁବନେଶ୍ବର: ଭୁବନେଶ୍ବରରେ ଡବଲ ଏନକାଉଣ୍ଟର । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ସୂଚନା । ୨ ଅପରାଧୀଙ୍କୁ ଏନକାଉଣ୍ଟର କଲେ କମିଶନରେଟ୍ ପୋଲିସ । ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ୨ ଚେନ୍ ଲୁଟେରାଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା । ୨ ଲୁଟେରା ହେଲେ ସୋନୁ ଯାଦବ ଓ ମନୀଷ ଯାଦବ । ସେମାନଙ୍କ ଘର ବିହାରରେ ହୋଇଥିବା ସୂଚନା । ସମ୍ପୃକ୍ତ ୨ ଜଣଙ୍କୁ ଧରିବାକୁ ଦୀର୍ଘଦିନ ହେବ ଯୋଜନା କରୁଥିଲା ପୋଲିସ । ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ । ଗିରଫ ଉଦ୍ୟମ ବେଳେ ପାଲଟା ଗୁଳି ଚଳାଇଥିଲେ ଲୁଟେରା । ଜବାବରେ ଗୁଳି ଚାଳନା କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking