ଭୁବନେଶ୍ୱର: ରାଜଧାନୀରେ ଗଡ଼ିବ ଡବଲ୍ ଡେକର୍ ବସ୍ । ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କୃଟ । ଘରୋଇ ସଂସ୍ଥା ଗୁଡ଼ିକ ଠାରୁ କୃଟ ଟେଣ୍ଡର୍ ଆହ୍ବାନ କରିଥିବା ଜଣାପଡିଛି । ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଚଳାଚଳ କରିବା ପାଇଁ କୃଟ ଯୋଜନା କରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ଆସିବ । ଡବଲ୍ ଡେକର୍ ଇ-ବସ୍ ପାଇଁ ଘରୋଇ ସଂସ୍ଥା ସହ ୧୦ ବର୍ଷିଆ ଚୁକ୍ତି କରାଯିବ । ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ଘରୋଇ ସଂସ୍ଥା ଯୋଗାଇବ । ଆବଶ୍ୟକ ପଡ଼ିଲେ ଚୁକ୍ତିକୁ ଆହୁରି ୨ ବର୍ଷ ବଢ଼ା ଯାଇପାରେ ବୋଲି କୃଟ ପକ୍ଷରୁ ଦର୍ଶାଯାଇଛି ।










