25.1 C
Bhubaneswar
Thursday, March 26, 2026
Homeଓଡିଶାଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଡବଲ ଡେକର ବସ୍

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଡବଲ ଡେକର ବସ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍‌ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ। ଏହି ଅବସରରେ ସେ କହିଛନ୍ତି, ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ। ଉକ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ।

ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍‌ କରିବ ଡବଲ ଡେକର୍ ବସ୍‌। ପରେ ସାଧାରଣ ଲୋକଙ୍କ ପାଇଁ ଏହା ବ୍ୟବହୃତ ହେବ। ପ୍ରଥମ ପର୍ୟ୍ୟାୟରୁ ରାଜ୍ୟକୁ ଦୁଇଟି ଡବଲ ଡେକର ବସ୍ ଆସୁଛି। ପରେ ଆଉ ଦୁଇଟି ବସ୍‌ ଆସିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡବଲ ଡେକର ବସ୍ ଚାଲିବାକୁ ଥିବରୁ ଏହାକୁ ନେଇ ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।ମୁମ୍ୱାଇର ଏକ ସଂସ୍ଥା ଏହି ବସ୍‌ ତିଆରି କରୁଛି। ପ୍ରଥମ ପର୍ୟ୍ୟାୟରେ ୨ଟି ବସ୍‌ ଆସୁଛି। ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍‌ ଆସିବ ବୋଲି ଜଣାପଡ଼ିଛି। ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସ୍‌ରେ ରହିଛି ଓଡ଼ିଶା କଳା ଓ ସଂସ୍କୃତି ଛାପ। ବସ୍‌ରେ କୋଣାର୍କ ଚକ, ଧୌଳି ଶାନ୍ତିସ୍ତୁତ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତିର ଛାପ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking