28.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଓଲଟିଲା ଡବଲ ଡେକର ବସ୍‌: ୩ ମୃତ

ଓଲଟିଲା ଡବଲ ଡେକର ବସ୍‌: ୩ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର କାନପୁରରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଆଗ୍ରା ଏକ୍ସପ୍ରେସୱେରେ ଏକ ଡବଲ ଡେକର ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । କାନପୁରର ଆଗ୍ରା ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଭୋର ପ୍ରାୟ ୩.୦୦ ଟା ସମୟରେ ଏହି ଦୁର୍ଘଟଣାଟି କାନପୁରର ଥାନା ଅଞ୍ଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଘଟିଛି । କମ୍ ଆଲୋକ ଏବଂ ନିଦ୍ରା ଯୋଗୁଁ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ ଏହା ଏକ ଡିଭାଇଡରରେ ଧକ୍କା ଦେଇଥିଲା ଏବଂ ପରେ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମବାହିନୀ ବସରୁ ଯାତ୍ରୀଙ୍କୁ ଉଦ୍ଧାର କରି ଆହତମାନଙ୍କୁ ଚିକିତ୍ସା ପାଇଁ କାନପୁରକୁ ପଠାଇଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଏବଂ ହେଲ୍ପର ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ବର୍ତ୍ତମାନ ପୋଲିସ ବସ୍‌ଟିକୁ ରାସ୍ତା କଡ଼ରୁ ହଟାଇ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking