17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଭାରତ ପାଇଁ ଡବଲ୍ ବମ୍ପର ଖୁସି ଖବର

ଭାରତ ପାଇଁ ଡବଲ୍ ବମ୍ପର ଖୁସି ଖବର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି । ବାରମ୍ବାର ବିଳମ୍ବ ସତ୍ତ୍ୱେ ଶେଷରେ ଭାରତକୁ ଆମେରିକା ନିର୍ମିତ ଶକ୍ତିଶାଳୀ ତଥା ଲଢ଼ୁଆ ସାମରିକ ହେଲିକପ୍ଟର ‘ଅପାଚେ’କୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ଅନୁସାରେ ଆଗାମୀ ସପ୍ତାହଗୁଡ଼ିକ ମଧ୍ୟରେ ଆମେରିକା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ଟି ଅପାଚେ ହେଲିକପ୍ଟରଗୁଡ଼ିକୁ ଭାରତକୁ ହସ୍ତାନ୍ତର କରିବ । ସେହିପରି ବର୍ଷ ଶେଷଭାଗରେ ଅର୍ଥାତ୍ ଆପାତତଃ ଅକ୍ଟୋବର ସୁଦ୍ଧା ଆଉ ୩ଟି ଅପାଚେ ହେଲିକପ୍ଟରକୁ ଭାରତକୁ ହସ୍ତାନ୍ତର କରିବ ଆମେରିକା । ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନାନୁସାରେ ଏହି ହେଲିକପ୍ଟରଗୁଡ଼ିକୁ ପାକିସ୍ତାନ ସୀମାରେଖାରେ ମୁତୟନ କରାଯିବ ଯାହାଦ୍ୱାରା ପାକିସ୍ତାନ ସୀମା ନିକଟସ୍ଥ ଅଞ୍ଚଳ (ଭାରତୀୟ ସେନାର ପଶ୍ଚିମ ସୀମାରେ) ଅର୍ଥାତ୍ ଯୋଧପୁର ମିଲିଟାରୀ ବେସ୍‌ରେ ଭାରତୀୟ ସେନାର ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିବ । ଏହି ସ୍ଥାନରେ ଏକ ବିଶେଷ ଆପାଚେ ଆକ୍ରମଣ ହେଲିକାପ୍ଟର ସ୍କ୍ୱାଡ୍ରନ ଗଠନ କରାଯିବ, ଯାହା ଭାରତୀୟ ସେନାର ଏଭିଏସନ କର୍ପସର ଅଂଶ ହେବ । ଏହି ସ୍କ୍ୱାଡ୍ରନ ପଶ୍ଚିମ ସୀମାରେ ସୈନ୍ୟର ଆକ୍ରମଣ କ୍ଷମତାକୁ ନୂଆ ଉଚ୍ଚତା ପ୍ରଦାନ କରିବ । ଏହା ଅପରେସନ ସିନ୍ଦୂର ଭଳି ସାମରିକ କାର୍ଯ୍ୟାନୁଷ୍ଠାନରେ ଭାରତୀୟ ସେନାର ଶକ୍ତିଶାଳୀ ଉପସ୍ଥିତିକୁ ଆହୁରି ବୃଦ୍ଧି କରିବ । ଏହା ଅଞ୍ଚଳୀୟ ସ୍ଥିରତା ଓ ନିରାପତ୍ତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଭାରତ ଏବଂ ଆମେରିକା ମଧ୍ୟରେ ୨୦୨୦ରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନ୍ତର୍ଗତ ୬୦୦ ନିୟୁତ ଡଲାର ମୂଲ୍ୟରେ ଆମେରିକା ପ୍ରାୟ ୬ଟି ଅପାଚେ ହେଲିକପ୍ଟରକୁ ଭାରତକୁ ହସ୍ତାନ୍ତର କରିବା କଥା । ଭାରତୀୟ ସେନା ପ୍ରାରମ୍ଭିକ ଭାବେ ୨୦୨୪ ମେ-ଜୁନ୍ ମାସ ସୁଦ୍ଧା ଏହି ଡେଲିଭରି ଆଶା କରିଥିଲା । କିନ୍ତୁ ପରେ ଏହି ସମୟସୀମା ବୃଦ୍ଧି ପାଇଥିଲା । ଅପାଚେ ହେଲିକପ୍ଟରକୁ ନିର୍ମାଣ କରୁଥିବା ଆମେରିକୀୟ ବୋଇଂ କମ୍ପାନୀ ପକ୍ଷରୁ କିନ୍ତୁ ଏହା ପ୍ରଦାନରେ ବିଳମ୍ବ ହୋଇଥିଲା, ଯାହାର କାରଣ ଭାବେ ଉତ୍ପାଦନରେ କାରିଗରୀ ସମସ୍ୟାକୁ ଦାୟୀ କରାଯାଇଛି । ଏବେ କିନ୍ତୁ ସବୁକିଛି ସ୍ପଷ୍ଟ ହୋଇସାରିଛି । ବୋଇଂ ପକ୍ଷରୁ ଜୁଲାଇ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ହେଲିକାପ୍ଟର ଯୋଗାଇ ଦିଆଯାଇଛି ଏବଂ ଅକ୍ଟୋବର ୨୦୨୫ ସୁଦ୍ଧା ଆଉ ୩ଟି ଅର୍ଥାତ୍ ମୋଟ୍ ୬ଟି ଅପାଚେ ହେଲିକପ୍ଟରର ଯୋଗାଇ ଦେବା ନେଇ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ୨୦୧୫ର ଏକ ପୃଥକ୍ ଅର୍ଡର ଜରିଆରେ ପୂର୍ବରୁ ୨୨ଟି ଅପାଚି ହେଲିକପ୍ଟର ପାଇସାରିଛି । ତେବେ ଏବେ ଯେଉଁ ଅପାଚି ହେଲିକପ୍ଟର ଭାରତ ଆସିବାକୁ ଯାଉଛି ସେସବୁକୁ ଭାରତୀୟ ସ୍ଥଳସେନା ନିଜ ଏଅଭିସନ୍ ୱିଙ୍ଗ୍ ଅନ୍ତର୍ଗତ ହାସଲ କରିବ । ତେବେ ଆସୁଥିବା ଅପାଚି ବ୍ୟତୀତ, ଆର୍ମି ଏଭିଏସନ୍ କର୍ପ୍ସ ବିଭିନ୍ନ ପ୍ରକାରର ବିମାନଗୁଡ଼ିକୁ ମଧ୍ୟ ପରିଚାଳନା କରୁଛି । ଭାରତୀୟ ଆର୍ମି ପାଖରେ ଏଏଲଚ୍‌ଏଚ୍ ଧ୍ରୁବ, ରୁଦ୍ର, ଚିତା, ଚେତକ ଏବଂଏମ୍‌÷ାଇ-୧୭ ହେଲିକପ୍ଟର, ଏବଂ ହେରନ୍ ଏବଂ ସର୍ଚର୍ ପରି ୟୁଏଭି ମହଜୁଦ୍ ରହିଛି । ଏହି ସମ୍ପତ୍ତିଗୁଡ଼ିକ ଯୁଦ୍ଧକ୍ଷେତ୍ରରେ ସମର୍ଥନ, ପର୍ଯ୍ୟବେକ୍ଷଣ, ଲଜିଷ୍ଟିକ୍ସ ଏବଂ ଆହତଙ୍କୁ ସ୍ଥାନାନ୍ତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ – ଏହି ବର୍ଷ ଶେଷ ଆଡ଼କୁ ଅପାଚେ ଫ୍ଲିଟ୍ କାର୍ଯ୍ୟକ୍ଷମ ହେବା ପରେ କ୍ଷମତା ବୃଦ୍ଧି ପାଇବ ।

ବୋଇଂ ଦ୍ୱାରା ନିର୍ମିତ ଅପାଚେ ହେଲିକପ୍ଟର (ଏଏଚ୍ ୬୪) ହେଉଛି ବିଶ୍ୱର ସବୁଠାରୁ ଉନ୍ନତ ସାମରିକ ହେଲିକପ୍ଟରଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହା ଏକ ଆକ୍ରମଣକାରୀ ହେଲିକପ୍ଟର ଭାବେ ମଧ୍ୟ ଜଣାଶୁଣା । ଏହର ଅଜଣା ଆକ୍ରମଣ କ୍ଷମତା, ଅତ୍ୟାଧୁନିକ ସେନସର ଏବଂ ସଠିକତା ସହ ଲକ୍ଷ୍ୟଭେଦୀ ଅସ୍ତ୍ର ବ୍ୟବସ୍ଥା ଏହାକୁ ଯୁଦ୍ଧକ୍ଷେତ୍ରରେ ଅତୁଳନୀୟ ଶକ୍ତି ପ୍ରଦାନ କରୁଛି । ଏହା ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ, ଯାହା ଶତ୍ରୁ ସୈନ୍ୟ ଓ ସମର ଟ୍ୟାଙ୍କ ନଷ୍ଟ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking