ଭୁବନେଶ୍ୱର: ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜ କହି ଅଭିଭାଷଣ ଆରମ୍ଭ କରିଛନ୍ତି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ମୁଁ ଓଡିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋହନ ସରକାରଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ବର୍ଷକ ଭିତରେ ବେଶ ପ୍ରଶଂସନୀୟ କାଯ୍ୟ କରିଛନ୍ତି । ଓଡିଶା ଆମର ସଂସ୍କୃତିକୁ ପରିପୂଣ୍ଣ କରିଛି । ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି । ଓଡିଶାର ବିଜେପି ସରକାର ବର୍ଷେ ପୂରଣ କରିଛି । ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି । ଏଠି ବିଜେପି ସରକାର ବନିଲା ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା । କାନାଡା ଗସ୍ତରେ ଥିଲା ବେଳେ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ । ମାତ୍ର ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଆସିଛି । ଜଗନ୍ନାଥ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି । ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖିଲେ ମୋଦୀ । କହିଲେ ବିଜେପି କେବଳ ବିକାଶରେ ହିଁ ବିଶ୍ୱାସ କରେ । ଓଡିସା ଦଶନ୍ଧି ଦଶନ୍ଧି ହେଲା ଗରିବ ସହ ଜୁଝୁଛି । ଦୁର୍ନୀତି ଅଧିକ ଥିଲା । ବିକାଶରେ ଡବଲ ମଡେଲ ଇଞ୍ଜିନର ଫାଇଦା ମିଳୁଛି । ଆଜି ହେଉଥିବା ପ୍ରକଳ୍ପରେ ଡବଲ ଇଞ୍ଜିନର ଛାପ । ଲୋକଙ୍କୁ ମିଳୁଛି ଡବଲ ଲାଭ । ଓଡିଶାର ୩ କୋଟି ଲୋକଙ୍କୁ ଆୟୁଷ୍ମାନରେ ଯୋଡିଛୁ ।










