19.1 C
Bhubaneswar
Tuesday, February 10, 2026
Homeଓଡିଶାସଂଖ୍ୟାଲଘୁ ଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ପ୍ରତିଶ୍ରୁତି ବଦ୍ଧ : ନବୀନ

ସଂଖ୍ୟାଲଘୁ ଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ପ୍ରତିଶ୍ରୁତି ବଦ୍ଧ : ନବୀନ

ଭୁବନେଶ୍ୱର : ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଙ୍କ ନେତୃତ୍ୱରେ ସଂଖ୍ୟଲଘୁ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ଆଜି ଅପରାହ୍ନ ରେ ନବୀନ ନିବାସ ରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ୱାକଫ bill ସମ୍ପର୍କରେ ଆଲୋଚନା କରିଥିଲେ. ଶ୍ରୀ ପଟନାୟକ ସମସ୍ତଙ୍କ କଥା ଶୁଣିଥିଲେ ଏବଂ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀ ମାନଙ୍କ ସାଥିରେ ରହିଛି ଏବଂ ରହିଥିବ. ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି. ଧର୍ମ ନିରପେକ୍ଷ ଆଦର୍ଶ ରେ ବିଜେଡି ଅଟଳ ରହିଛି.ଏହି ଆଦର୍ଶ ପାଇଁ ୨୦୦୯ ରେ ବିଜେଡି ମେଣ୍ଟ ରୂ ବାହାରି ଯାଇଥିଲା. ତେଣୁ ସଂଖ୍ୟଲଘୁ ମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ତାର ଲଢେଇ ଜାରି ରଖିବ.ବିଜୁ ବାବୁ ସଂଖ୍ୟାଲଘୁ ମାନଙ୍କ ସହ ଥିଲେ,ମୂଁ ମଧ୍ୟ ରହିଛି . ଏହି ସାକ୍ଷାତ ସମୟ ରେ ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ଶ୍ରୀ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking