26.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶଏଲପିଜି ସିଲିଣ୍ଡର ପାଇଁ ଧାଡିରେ ଛିଡା ହୁଅନ୍ତୁନି

ଏଲପିଜି ସିଲିଣ୍ଡର ପାଇଁ ଧାଡିରେ ଛିଡା ହୁଅନ୍ତୁନି

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଧରି ଧାଡିରେ ଛିଡା ନ ହେବାକୁ ପରାମର୍ଶ ଦେଲେ ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା । ଆଇଭିଆରଏସ, ଏସଏମଏସ, ହ୍ୱାଟସଆପ, ମୋବାଇଲ ଆପରେ ବୁକିଂ କରନ୍ତୁ । ବ୍ୟକ୍ତିଗତ ଭାବେ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ଯିବା ଦରକାର ନାହିଁ । ସହରାଞ୍ଚଳରେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ୨୫ ଦିନ ବ୍ୟବଧାନ ରହିବ । ଗ୍ରାମାଞ୍ଚଳରେ ୨ଟି ସିଲିଣ୍ଡର ମଧ୍ୟରେ ବୁକିଂ ବ୍ୟବଧାନ ୪୫ ଦିନ ମଧ୍ୟରେ ହେବ । ଯଦି ଏହି ନିୟମକୁ କେହି ନମାନନ୍ତି ତାହେଲେ ବୁକିଂ ନେବ ନାହିଁ । ଅନ୍ୟପଟେ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଆସୁଛି ୯୨ ହଜାର ୭୦୦ ମେଟ୍ରିକ ଟନ ଏଲପିଜି । କାଲି ରାତିରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି । ଆସନ୍ତା ୧୬ ଓ୧୭ ସୁଦ୍ଧା ମୁନ୍ଦ୍ରା ଓ କାଣ୍ଡାଲା ପୋର୍ଟରେ ପହଞ୍ଚିବ । ଆଉ ୨୨ଟି ଭାରତୀୟ ଭେସେଲ ପର୍ସିଆନ ଗଲ୍ପରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking