ଭୁବନେଶ୍ୱର : ଓଡିଶାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି । କେହି ଭୟଭୀତ ହେବାର ନାହିଁ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଭାରତ ସରକାରଙ୍କ ଯାହା ଗାଇଡ ଲାଇନ ଆସିବ ପାଳନ ହେବ । ଦେଶରେ ସେପରି ସ୍ଥିତି ନାହିଁ ା ୩ରୁ ୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି । ସବୁ ମେଡିକାଲ କଲେଜ ସହ ମୁଁ ନିଜେ କଥା ହୋଇସାରିଛି । ଯଦି କିଛି ସମସ୍ୟା ହୁଏ ରାଜ୍ୟ, କେନ୍ଦ୍ର ମିଳିତ ମୁକାବିଲା କରିବେ । ଥଣ୍ଡା , ଜ୍ୱର , କାଶ ହେଲେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।