ଭୁବନେଶ୍ୱର: ତାତିରୁ ମିଳୁନି ନିସ୍ତାର । ପ୍ରଚଣ୍ଡ ତାତିର ପ୍ରକୋପରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି ଆକାଶରୁ ଖସୁଛି ନିଆଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ । ୧୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିଲା । ସାଢେ ୮ଟା ସୁଦ୍ଧା ଝାରସୁଗୁଡାରେ ୩୫ ଡିଗ୍ରୀ, ସମ୍ବଲପୁରରେ ୩୪.୪, ହୀରାକୁଦରେ ୩୪.୪, ରାଉରକେଲାରେ ୩୩, ୬, ସେହିପରି ପୁରୀରେ ୩୨.୬ ଥିଲାବେଳେ ଭୁବନେଶ୍ୱରରେ ୩୨.୪ ଡିଗ୍ରୀ ତାପମାତ୍ରା ରହିଛି ।