ଭୁବନେଶ୍ୱର: ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଗିଦ କରିଛନ୍ତି । ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଞ୍ଜନ ସିଂ । ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର ଲେଖାଯିବ । ପ୍ରଦର୍ଶନକୁ ୧ରୁ ୫ ଭିତରେ ରେଟିଂ କରାଯାଇଛି । ଏଆଇ ଜରିଆରେ ଅଫିସରଙ୍କ କାଯ୍ୟରେ ତର୍ଜମା କରାଯିବ । ଅଫିସରମାନଙ୍କ ଧାରଣା ଅଛି ଭଲ କାମ କରୁଛୁ ବୋଲି , କିନ୍ତୁ ଜନସାଧାରଣଙ୍କ ଫିଡବ୍ୟାକ ବହୁତ ଖରାପ । ତେଣୁ ରାଜସ୍ୱ ଅଧିକାରୀ ନିଜ କାଯ୍ୟରେ ସୁଧାର ଆଣନ୍ତୁ ।










