20.1 C
Bhubaneswar
Wednesday, January 8, 2025
Homeଓଡିଶାସରିଲା +୨ ଆବେଦନ, ୨୦ରେ ପ୍ରଥମ ମେଧା ତାଲିକା

ସରିଲା +୨ ଆବେଦନ, ୨୦ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷ ପାଇଁ +୨ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ଶୁକ୍ରବାର ଶେଷ ହୋଇଛି । ଆସନ୍ତା ୨୦ତାରିଖ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀ ୨୨ରୁ ୨୭ତାରିଖ ସନ୍ଧ୍ୟା ୬ଟା ଭିତରେ ନାମଲେଖାଇବେ । ଅଗଷ୍ଟ ୫ ଅପରାହ୍ନ ୩ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୭ ରୁ ୧୦ତାରିଖ ମଧ୍ୟରେ ନାମଲେଖାଇବାକୁ ପଡ଼ିବ ।

୨୦ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ତେବେ ଅଗଷ୍ଟ ୧ତାରିଖରୁ ଯୁକ୍ତ୨ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୨,୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫,୪୮,୨୪୯ଟି ସିଟ୍ ରହିଛି । ସେଥିମଧ୍ୟରୁ କଳାରେ ୩,୧୦,୧୩୬ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧,୭୩,୫୪୯, ବାଣିଜ୍ୟରେ ୪୧,୦୮୦, ସଂସ୍କୃତରେ ୧୩,୦୮୮, ଧନ୍ଦାମୂଳକ ଶିକ୍ଷାରେ ୧୦,୩୯୬ଟି ସିଟ୍ ରହିଛି । ତେବେ ଚଳିତବର୍ଷ ଯୁକ୍ତ୨ ପ୍ରଥମବର୍ଷରେ ନାମଲେଖା ପାଇଁ ୪ଲକ୍ଷ ୭୫ହଜାରରୁ ଉଦ୍ଦ୍ୱର୍ ଛାତ୍ରଛାତ୍ରୀଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking