19.1 C
Bhubaneswar
Friday, November 22, 2024
Homeଓଡିଶାଟ୍ରମ୍ପକୁ କିଏ ଆଉ କାହିଁକି ଗୁଳି ମାରିଲା

ଟ୍ରମ୍ପକୁ କିଏ ଆଉ କାହିଁକି ଗୁଳି ମାରିଲା

 

ଆମେରିକା : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି କିଏ ଓ କାହିଁକି ଟ୍ରମ୍ପକୁ ଏଭଳି ଆକ୍ରମଣ କଲା ତାକୁ ନେଇ ଏବେ ଅନେକ ସନ୍ଦେହ । ତେବେ ଶୁଣିବାକୁ ମିଳୁଛି ଟ୍ରମ୍ପଙ୍କ ମୁଣ୍ଡକୁ ଟାର୍ଗେଟ୍ କରି ଗୁଳିମାଡ଼ କରାଯାଇଥିଲା । ଯାହାଫଳରେ ଗୁଳିଟି ସିଧା ଆସି ଟ୍ରମ୍ପଙ୍କ ଡାହାଣ କାନରେ ବାଜିଥିଲା । ତାଙ୍କୁ ସେଠାରୁ ତୁରନ୍ତ ଡାକ୍ତରଖାନା ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ରାଲିରେ ଉପସ୍ଥିତ ଥିବା ଜଣେ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଥିଲା । ପରେ ପରେ ଟ୍ରମ୍ପଙ୍କ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଆକ୍ରମଣକାରୀକୁ ଘଟଣାସ୍ଥଳରେ ଗୁଳି କରି ହତ୍ୟା କରିଥିଲେ। ତେବେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ। ଏହି ଆକ୍ରମଣକାରୀ କିଏ ? ଏବଂ ସେ କାହିଁକି ଟ୍ରମ୍ପଙ୍କୁ ଏମିତି ଆକ୍ରମଣ କରିଥିଲା ତାହା ଏବେ ସନ୍ଦେହ ଘେରରେ । କିନ୍ତୁ ଶୁଣିବାକୁ ମିଳୁଛି ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି ‘ରିପବ୍ଲିକାନ୍’ର ଜଣେ ସଦସ୍ୟ। ଆକ୍ରମଣ ପୂର୍ବରୁ ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି କହିଥିଲା ଯେ ସେ ଟ୍ରମ୍ପ ଏବଂ ତାଙ୍କ ପାର୍ଟି ‘ରିପବ୍ଲିକାନ୍ସ’କୁ ଘୃଣା କରେ। ତେବେ ଟ୍ରମ୍ପଙ୍କ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଥୋମାସକୁ ଗୁଳି କରି ହତ୍ୟା କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରୁକ୍ସର ପୂର୍ବତନ ସହପାଠୀମାନେ ତାକୁ ଜଣେ ଶାନ୍ତ ସ୍ୱଭାବର ଛାତ୍ର ବୋଲି କହିବା ସହ ସେ ପ୍ରାୟତଃ ଏକାକୀ ରହୁଥିବା କହିଛନ୍ତି। ସେ କେବେବି ରାଜନୀତି କିମ୍ୱା ଟ୍ରମ୍ପଙ୍କ ବିଷୟରେ ଆଲୋଚନା କରୁନଥିଲେ ବୋଲି ସେ କହିଛନ୍ତି। କ୍ରୁକ୍ସର ଅନ୍ୟଜଣେ ସହପାଠୀ ଜେସନ କୋହଲରଙ୍କ କହିବା ମୁତାବକ, ଅଭିଯୁକ୍ତ ସୁଟର କ୍ରୁକ୍ସକୁ ଅନେକ ସମୟରେ ଗାଳିଗୁଲଜ କରାଯାଉଥିଲା। କୋହଲର୍ ଗଣମାଧ୍ୟମକୁ କହିଛନ୍ତି, ସେ ଶାନ୍ତ ଥିଲେ, କିନ୍ତୁ ତାଙ୍କୁ ଧମକଚମକ ଦିଆଯାଉଥିଲା। ତାଙ୍କ ବେଶପୋଷାକ ହେତୁ ତାଙ୍କୁ ପରିହାସ କରାଯାଉଥିଲା।ଆଉ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରୁକ୍ସ ରହୁଥିବା ଅଞ୍ଚଳର କାଉନସିଲ୍ ପ୍ରତିନିଧୀ ଡନ୍ ଗ୍ରିଜବେକ୍ କହିଛନ୍ତି ଯେ ତାଙ୍କ ପରିବାର ମଧ୍ୟବିତ୍ତ ଶ୍ରେଣୀର । କ୍ରୁକ୍ସ ଏକ ନର୍ସିଂହୋମରେ କାମ କରୁଥିଲେ । ଏହି ଘଟଣା ପରେ ହଠାତ ସମସ୍ତେ ଚକିତ ହୋଇ ଯାଇଥିଲେ।ଏହି ଘଟଣା ପରେ ଅନୁସନ୍ଧାନକାରୀମାନେ କ୍ରୁକ୍ସଙ୍କ କାରରେ ଏକ ସନ୍ଦେହଜନକ ଉପକରଣ ପାଇଥିଲେ, ଯାହାକୁ ବୋମା ନିଷ୍କ୍ରିୟକାରୀ ସଦସ୍ୟ ଯାଞ୍ଚ କରି ବିଶ୍ଳେଷଣ କରିଥିଲେ। ଅଧିକାରୀମାନେ ବର୍ତ୍ତମାନ କ୍ରୁକ୍ସଙ୍କ ଫୋନ୍ ଖୋଜୁଛନ୍ତି।ଓବିସିର ପିଟ୍ସବର୍ଗ ଫିଲ୍ଡ ଅଫିସ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଏଜେଣ୍ଟ କେଭିନ ରୋଜେକ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଳିରେ ବ୍ୟବହୃତ ବନ୍ଧୁକଟି ଏକ ଆର୍ ଷ୍ଟାଇଲ୍ ସେମି ଅଟୋମେଟିକ୍ ରାଇଫଲ ଯାହାର ଲାଇସେନ୍ସ ରହିଛି। ଏହାକୁ କ୍ରୁକ୍ସଙ୍କ ବାପାଙ୍କ ନାଁରେ କିଣାଯାଇଥିବା କୁହାଯାଉଛି। ତେବେ କ୍ରୁକ୍ସଙ୍କର କୌଣସି ମାନସିକ ରୋଗ ନଥିବା ଜଣାପଡିଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ।ଓବିସି ଅନୁଯାୟୀ, ସୁଟର ଏକାକୀ ଏହି କାଣ୍ଡ ଘଟାଇଛି । ଅନ୍ୟ କୌଣସି ବ୍ୟକ୍ତି ତାଙ୍କୁ ସହଯୋଗ କରୁଥିବା ଜଣାପଡିନି। ତାଙ୍କର ରାଜନୈତିକ ଆଭିମୁଖ୍ୟ ତୁରନ୍ତ ସ୍ପଷ୍ଟ ହୋଇନଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଡିସକୋର୍ଡଥାରେ ଅଭିଯୁକ୍ତ ସୁଟରର ଏକ ଆକାଉଣ୍ଟ ରହିଛି ଯାହାକି କ୍ୱଚିତ୍ ବ୍ୟବହୃତ ହେଉଥିଲା। ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାର ଯୋଜନା କରିବା ଓ ହିଂସାକୁ ପ୍ରୋତ୍ସାହିତ ପାଇଁ ବ୍ୟବହୃତ ହୋଇଥିବା କୌଣସି ପୂର୍ବ ସୁରାକର ପ୍ରମାଣ ମିଳିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking