18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶହମାସକୁ ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ

ହମାସକୁ ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ

ବ୍ୟୁରୋ: ବିଜୟୀ ହେଉ ହେଉ ଆତଙ୍କୀ ହମାସକୁ ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହେବା ପୂର୍ବରୁ ପଣବନ୍ଦୀମାନଙ୍କୁ ମୁକ୍ତ କରିଦେବା ଲାଗି ହମାସକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେପଟେ ଆମେରିକା ଇତିହାସ ବଦଳାଇନ୍ତି ଟ୍ରମ୍ପ। ପ୍ରଥମ ଥର ଲାଗି ହ୍ବାଇଟ ହାଉସ ଚିଫ ଅଫ ଷ୍ଟାଫ ଭାବେ ଜଣେ ମହିଳା ସୁସି ୱାଇଲସଙ୍କୁ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ନିର୍ବାଚନ ସମୟରେ କ୍ଯାମ୍ପେନ ମ୍ଯାନେଜର ଥିଲେ ସୁସି। ଏହି ନିଯୁକ୍ତି ଦ୍ବାରା ଦେଶ ଗର୍ବିତ ହେବ ବୋଲି କହିଛନ୍ତି ଟ୍ରମ୍ପ। ସେ ଏହି ପଦବୀ ଲାଗି ଯୋଗ୍ଯ ଥିଲେ ବୋଲି ଟ୍ରମ୍ପ କହିଛନ୍ତି। ସେପଟେ ଟ୍ରମ୍ପଙ୍କ ବିଜୟ ପରେ ମୁହଁ ଖୋଲିଲେ ରାଷ୍ଟ୍ରପତି ଜୋ ବାଇଡେନ । କହିଛନ୍ତି- ଆସନ୍ତା ବର୍ଷ ଜାନୁଆରୀ ୨୦ରେ ସେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ । ଗଣତନ୍ତ୍ରରେ ଲୋକଙ୍କ ମତକୁ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି ବାଇଡେନ । ନିଜ ଅଭିଭାଷଣରେ ବାଇଡେନ କହିଛନ୍ତି- ଡେମୋକ୍ରାଟିକ ଦଳର ପ୍ରାର୍ଥୀ କମଳା ହାରିସ ନିଜର ସମସ୍ତ ଶକ୍ତି ଖଟାଇଥିଲେ । ମାତ୍ର ତାଙ୍କର ପ୍ରଚେଷ୍ଟା ନିଷ୍ଫଳ ହେଲା । ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ କମଳା ଓ ତାଙ୍କ ଟିମର ପ୍ରୟାସ ପ୍ରଶଂସାଜନକ । ବିଜୟ ପରେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ ବାଇଡେନ । ଟ୍ରମ୍ପଙ୍କ ସହ ସକାରାତ୍ମକ କାର୍ଯ୍ୟ କରିବା ଲାଗି ସେ ତାଙ୍କ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବାଇଡେନ । ସେ ସମ୍ବିଧାନକୁ ସମ୍ମାନ ଦେବେ ଏବଂ ଦେଶବାସୀଙ୍କ ଚୟନକୁ ସ୍ବୀକାର କରିବେ । ଜାନୁଆରୀ ୨୦ରେ ସେ ସସମ୍ମାନେ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking