33.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶହର୍ମୁଜ୍‌ ପ୍ରଣାଳୀକୁ 'ଷ୍ଟ୍ରେଟ୍ ଅଫ୍ ଟ୍ରମ୍ଫ' କହିଲେ ଡୋନାଲ୍ଟ ଟ୍ରମ୍ପ

ହର୍ମୁଜ୍‌ ପ୍ରଣାଳୀକୁ ‘ଷ୍ଟ୍ରେଟ୍ ଅଫ୍ ଟ୍ରମ୍ଫ’ କହିଲେ ଡୋନାଲ୍ଟ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ଥାନ ଗୁଡିକର ନାମ ପରିବର୍ତ୍ତନ କରିବାକୁ ଭଲ ପାଆନ୍ତି । ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ସେ ଆମେରିକାର ଅନେକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି । ପରେ ସେ ଗୁଡିକୁ ନିଜ ନାମରେ ନାମିତ କରିଛନ୍ତି । କିନ୍ତୁ ଶୁକ୍ରବାର, ଟ୍ରମ୍ପଙ୍କ ଏକ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେତେବେଳେ ସେ ହର୍ମୁଜ ପ୍ରଣାଳୀକୁ ଷ୍ଟେଟ ଅଫ ଟ୍ରମ୍ପ ପ୍ରମାଳୀ ବୋଲି କହିଥିଲେ । ଯଦିଓ ଟ୍ରମ୍ପ ତାଙ୍କ ମନ୍ତବ୍ୟକୁ ଭୁଲ ବୋଲି କହିଥିଲେ , ସେ କହିଥିଲେ ଯେ ତାଙ୍କ ସହିତ କିଛି ଯେପରି ସଂଯୋଗବଶତଃ ହୁଏ ନାହିଁ । ମିଆମିରେ ସାଉଦି ସମର୍ଥିତ ନିବେଶ ଫୋରମରେ ଭାଷଣ ଦେଇ ଟ୍ରମ୍ପ କହିଥିଲେ ଯେ, ଏକ ଶାନ୍ତି ଚୁକ୍ତି ପାଇଁ ଇରାନକୁ ତୈଳ ଜାହାଜ ଲାଗି ହର୍ମୁଜ ପ୍ରଣାଳୀ ଖୋଲିବାକୁ ପଡିବ । ସେ ଦୋହରାଇଥିଲେ ଯେ, ଇରାନ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ । କିନ୍ତୁ ଇରାନ ଟ୍ରମ୍ପଙ୍କ ଏହି ଦାବିକୁ ମିଛ କହି ଖଣ୍ଡନ କରିଛି । ଟ୍ରମ୍ପ କହିଥିଲେ ଯ, ଆମେ ଏବେ ଆଲୋଚନା କରୁଛୁ କିନ୍ତୁ ଇରାନକୁ ଏହାକୁ ଖୋଲିବାକୁ ପଡିବ । ସେମାନଙ୍କୁ ଟ୍ରମ୍ପ ପ୍ରଣାଳୀ ଖୋଲିବାକୁ ପଡିବ । ଏହା ସହ ସେ ସୂଚିତ କରିଥିଲେ ମୁଁ ହର୍ମୂଜ କହୁଛି ।ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଭାଇରାଲ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking