26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶମୋଦୀଙ୍କୁ ‘ଡୋମିନିକା ଆୱର୍ଡ ଅଫ୍ ଅନର୍‌’

ମୋଦୀଙ୍କୁ ‘ଡୋମିନିକା ଆୱର୍ଡ ଅଫ୍ ଅନର୍‌’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍ ସମ୍ମିଳନୀ (୧୯ରୁ ୨୧)ରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରିବେ। କୋଭିଡ୍‌-୧୯ ସମୟରେ ଡୋମିନିକା ରାଷ୍ଟ୍ରଗୋଷ୍ଠୀ ପ୍ରତି ଭାରତର ଅବଦାନ ଏବଂ ସହାୟତା ପାଇଁ କୃତଜ୍ଞତା ଦର୍ଶାଇବା ପୂର୍ବକ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏଥିସହ ଡୋମିନିକା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସଂହତି ସହିତ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସମର୍ଥନ ପାଇଁ ଡୋମିନିକା ପକ୍ଷରୁ କୃତଜ୍ଞତା ସ୍ୱରୂପ ତାଙ୍କୁ ସମ୍ମାନିତ କରାଯିବ ବୋଲି ଏହାର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ କହିଛନ୍ତି। କୋଭିଡ୍ ସମୟରେ ୨୦୨୧ ଫେବ୍ରୁଆରୀରେ ଭାରତ ଡୋମିନିକାକୁ ପ୍ରାୟ ୭୦ ହଜାର ଆଷ୍ଟ୍ରାଜେନେକା କରୋନା ଟିକା ପଠାଇଥିଲା। ଏହି ଟିକାରେ ଡୋମିନିକା ନିଜ ଦେଶର ନାଗରିକଙ୍କ ଜୀବନ ବଞ୍ଚାଇବା ସହ ଏହାର ପଡ଼ୋଶୀ ଦେଶକୁ ମଧ୍ୟ ସାହାଯ୍ୟ କରିପାରିଥିଲା। ଡୋମିନିକା ଅନୁସାରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଡୋମିନିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସହଯୋଗ ପ୍ରତି ଏହା ଏକ ସୂକ୍ଷ୍ମ ସମ୍ମାନ। କରୋନା ବିପର୍ଯ୍ୟୟ ସମୟରେ ମାନବୀୟ ସହାୟତା ପ୍ରଦଶର୍ନ କରିଥିବା ଭାରତ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଡୋମିନିକାର ବିପଦ ବେଳର ବନ୍ଧୁ ଅଟନ୍ତି। ବିଶେଷ କରି ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସମୟରେ ଆମକୁ ଭାରତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍‌।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking