ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ । ମଳୟ ବିଷୋୟୀ, ସୁନୀଲ ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାୟକଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ । ୨ ବିହାରୀ ଅପରାଧି ଶିଶୁପାଳ ପାଶୱାନ, କୁନ୍ଦନ କୁମାରଙ୍କ ଜାମିନ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଫାୟରିଂ କରି ହତ୍ୟା କରାଯାଇଥିଲା । ଏହି ହାଇ-ପ୍ରୋଫାଇଲ୍ ହତ୍ୟା ମାମଲାରେ ପୋଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ କରିଛି । ସମ୍ପ୍ରତି ଏହି ହତ୍ୟା ଘଟଣାର ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରିଥିଲା ବ୍ରହ୍ମପୁର ପୋଲିସ ।










