24.1 C
Bhubaneswar
Saturday, March 28, 2026
Homeଓଡିଶାମାଲକାନଗିରି ଜିଲ୍ଲାରେ ଘ​‌ରୋଇ ବସ୍ ଚଳାଚଳ ବନ୍ଦ

ମାଲକାନଗିରି ଜିଲ୍ଲାରେ ଘ​‌ରୋଇ ବସ୍ ଚଳାଚଳ ବନ୍ଦ

ମାଲକାନଗିରି: ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ। ଲକ୍ଷ୍ମୀ ବସସେବାକୁ ବିରୋଧ କରାଯାଉଛି। ଜିଲ୍ଲାରେ ଚାଲୁଥିବା ଟାୟାର ୨ ଲକ୍ଷ୍ମୀ ବସ୍ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ।

ବସ୍ ଚାଲୁନଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ଟାୟାର-୨ ଲକ୍ଷ୍ମୀବସ୍ ଚଳାଚଳ କରିବା ଯୋଗୁଁ ଘରୋଇ ବସରେ ଯାତ୍ରୀମାନେ ଯାଉନାହାଁନ୍ତି। ଫଳରେ ଘରୋଇ ବସ ମାଲିକମାନେ ବହୁ କ୍ଷତି ସହୁଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀ ଏସି ବସ୍ ସେବା ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking