24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଡାକ୍ତରଖାନାରୁ ନବଜାତକ ମୃତଦେହକୁ ଟାଣିନେଲା କୁକୁର

ଡାକ୍ତରଖାନାରୁ ନବଜାତକ ମୃତଦେହକୁ ଟାଣିନେଲା କୁକୁର

ମଧ୍ୟପ୍ରଦେଶ : ଡାକ୍ତରଖାନା ଭିତରୁ ନବଜାତ ଶିଶୁ ମୃତଦେହକୁ ଟାଣିନେଲା କୁକୁର। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୋହସ୍ଥିତ ସରକାରୀ ଡାକ୍ତରଖାନାରେ। ସୁରକ୍ଷାକର୍ମୀ ଏହି ଦୃଶ୍ୟ ଦେଖିବା ପରେ କୁକୁରକୁ ଘଉଡ଼ାଇବା ସହିତ ମୃତଦେହକୁ ଉଦ୍ଧାର କରିଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୁଲିସ ମିଳିତ ଭାବେ ଏହି ଘଟଣାର ତଦନ୍ତ ଚଳାଇଛନ୍ତି।

ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ଡା. ଏଚ.ଆର. ବର୍ମା କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଶୁକ୍ରବାର ରାତି ୯ଟାରେ ଜଣେ ୧୭ ବର୍ଷୀୟା ଝିଅ ଆଡମିଟ୍ ହୋଇଥିଲା। ପେଟ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଖାନା ଆସିଥିଲା। ରାତି ପ୍ରାୟ ୧ଟା ୩୦ରୁ ୨ଟା ମଧ୍ୟରେ ସେ ଶୌଚାଳୟକୁ ଯାଇଥିଲା। ସେ ହିଁ ଶୌଚାଳୟରେ ସନ୍ତାନ ଜନ୍ମ ଦେଇଥିବା ସନ୍ଦେହ କରାଯାଉଛି। ସେହି ସମୟ ପରେ ଝିଅଟି ଜଣେ ଅଜଣା ଯୁବକ ସହିତ ଡାକ୍ତରଖାନାରୁ ପଳାଇଥିଲା। ଡାକ୍ତରଖାନା କର୍ମଚାରୀ ତା’କୁ ଅଟକାଇଥିଲେ ହେଁ ସେ ଖସି ପଳାଇଥିଲା। ପିଲାଟି ଅପରିପକ୍ଵ ଥିବା ଏବଂ ତା’ର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବର୍ମା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking