ଭୁବନେଶ୍ୱର: ରାଜଧାନୀରେ ହେବ ଉଭୟ ବୁଲା ଓ ପୋଷା କୁକୁର ଗଣନା । ଏନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । କୁକୁର କାନରେ ଟ୍ୟାଗ ଲଗାଯିବ । ବିଏମସି ପାଖରେ ସବୁ ତଥ୍ୟ ରହିବ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡେ ଯାଉଛନ୍ତି ସବୁ ତଥ୍ୟ ରହିବ । ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସରକ୍ଷିତ ରହିବେ ।










