ଭୁବନେଶ୍ୱର: ମଧୁମେହରେ ପୀଡିତ ଲୋକମାନେ କ’ଣ ଖାଇବା ଉଚିତ୍ ଏବଂ କେତେବେଳେ ଖାଇବାକୁ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ଯଦି ଖାଦ୍ୟରେ କିଛି ଏପଟସେପଟ ହୁଏ, ତେବେ ଏହା ଏକ ସମସ୍ୟାର ବିଷୟ ହୋଇଯାଏ । ମଧୁମେହରେ ପୀଡିତ ବ୍ୟକ୍ତିମାନେ ସେମାନଙ୍କ ଖାଦ୍ୟରେ ରୁଗ୍, ହାଇ ଫାଇବର ଏବଂ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଆଇଟମ୍ ଅନ୍ତର୍ଭୁକ୍ତ କରିବା ଉଚିତ୍ । ମଖାନା ଏକ ଶୁଖିଲା ଫଳ, ଯାହାର ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ନାହିଁ । ଏହା ବ୍ୟତୀତ ଫାଇବରର ପରିମାଣ ଯଥେଷ୍ଟ ଅଟେ । ଯାହା ମଧୁମେହରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ଅଟେ । ମଖାନା ଶରୀରର ଶକ୍ତି ସନ୍ତିଳିତ କରେ । ଏହା ବ୍ୟତୀତ, ଫାଇବର ମେଟାବୋଲିଜିମ୍କୁ ତ୍ୱରାନ୍ୱିତ କରେ । ଓଜନ ହ୍ରାସ କରିବାରେ ମଧ୍ୟ ମଖାନା ସାହାଯ୍ୟ କରେ । ଯେଉଁମାନେ ପେଟର ଚର୍ବି ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମଖାନା ମଧ୍ୟ ଲାଭଦାୟକ ଅଟେ । ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଗୁଣ ମଖାନାରେ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମଖାନାରେ ଫାିବର ଏବଂ ପ୍ରୋଟିନ୍ ବହୁ ପରିମାଣରେ ମିଳିଥାଏ । ଯାହା ହଜମ କରିବାକୁ ବହୁତ ସମୟ ନେଇଥାଏ । ଯଦି ମଖାନା ଅଧିକ ମାତ୍ରାରେ ଖିଆଯାଏ ତେବେ ଫୁଲି ଯାଇପାରନ୍ତି । ଯଦି କୌଣସି ବ୍ୟକ୍ତିଙ୍କର କିଡନୀରେ ଷ୍ଟୋନ ଥାଏ, ତେବେ ସେ ମଖାନା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।