ଭୁବନେଶ୍ୱର : ଲୋକମାନେ ବିଶ୍ୱାସ କରନ୍ତି ଯେ, କେଶରେ ତେଲ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଯାଏ । ଦିଲ୍ଲୀର ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ଗୌରାଙ୍ଗ କୃଷ୍ଣ ଏକ ପୋଡକାଷ୍ଟରେ କହିଛନ୍ତି, ଯଦି ଆମେ ସୋରିଷ ତେଲ , ନଡିଆ ତେଲ, ଅଁଳା ଏଥିରେ କୌଣସି ଔଷଧୀୟ ଗୁଣ ନାହିଁ । ମୁଣ୍ଡରେ ତେଲ ଲଗାଇ ମସାଜ କରିବା ଦ୍ୱାରା ଆରାମ ମିଳିଥାଏ ଏବଂ ରକ୍ତ ପ୍ରବାହ ମଧ୍ୟ ବଢିଥାଏ । ଦ୍ୱିତାୟ କଥା ହେଉଛି , ଆୟୁଜ୍ମେଦିକ ତେଲ ଯେଉଁଥିରେ ଭ୍ରୁଙ୍ଗରାଜ , ପିଆଜ , କାଷ୍ଟର ତେଲ ଏହା କିଛି ସାମାନ୍ୟ କେଶ ଉତ୍ତେଜନା ସୃଷ୍ଟିି କରିପାରେ । କେଶରେ ନିୟମିତା ତେଲ ଲଗାଇଲେ କେଶର ଶୁଷ୍କତା କମିଯାଏ ।ତେଲରେ ଫ୍ୟାଟି ଏସିଡ ଥାଏ ଯାହା କେଶରେ ଲିପିଡ ବଦଳାଇବାରେ ସାହାଯ୍ୟ କରିଥାଏ । ରାସାୟନିକ ଚିକିତ୍ସା କିମ୍ବା ପ୍ରଦୂଷଣ ହେତୁ କେଶ ଝଡେ । ପରେ ତେଲ ଲଗାଇବା ଦ୍ୱାରା କେଶ ପୁନରୁଦ୍ଧାର ହୋଇଥାଏ । ତେଲ କେଶକୁ ମଜବୁତ କରିବାରେ ସାହାଯ୍ୟ କରେ । ରାତିରେ କେଶରେ ତେଲ ଲଗାଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ ।