27.1 C
Bhubaneswar
Monday, January 19, 2026
Homeଅପରାଧଡାକ୍ତରର ଜଘନ୍ୟ କାଣ୍ଡ: ନିଶା ଦେଇ ରୋଗୀଙ୍କୁ ଦୁଷ୍କର୍ମ

ଡାକ୍ତରର ଜଘନ୍ୟ କାଣ୍ଡ: ନିଶା ଦେଇ ରୋଗୀଙ୍କୁ ଦୁଷ୍କର୍ମ

କୋଲକାତା: ପଶ୍ଚିମବଙ୍ଗର ଜଣେ ଡାକ୍ତର ଅତି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଉତ୍ତର ୨୪ ପ୍ରଗଣାର ହସନାବାଦରେ ନିଶା ଦେଇ ଜଣେ ୨୪ ବର୍ଷୀୟ ମହିଳା ରୋଗୀଙ୍କୁ  ଡାକ୍ତର ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ରୋଗୀ ଜଣଙ୍କ ଅଚେତ ଅବସ୍ଥାରେ ଥିବାବେଳେ ସେ ଏହି ଘଟଣାର ଭିଡିଓ ରେକର୍ଡ କରିଛନ୍ତି ଏବଂ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବାର ଧମକ ଦେଇ ମହିଳାଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଦାଦାବଟି ମଧ୍ୟ ଆଦାୟ କରିଥିବା ଅଭିଯୋଗ ହୋଇଛି।

ଭିଡିଓକୁ ବ୍ୟବହାର କରି ସେ ମହିଳାଙ୍କୁ ବାରମ୍ବାର ବ୍ଲାକ୍ମେଲ୍ କରି ଯୌନ ନିର୍ଯାତନା ଦେଇଥିବା ଏତଲାରୁ ଜଣାପଡ଼ିଛି।  ପୀଡ଼ିତା ମହିଳା ଏବଂ ତାଙ୍କ ସ୍ବାମୀ ଉକ୍ତ ଘଟଣାରେ ହସନାବାଦ ଥାନାରେ ଅଭିଯୁକ୍ତ ଡାକ୍ତର ନୁର୍ ଆଲମ ସର୍ଦ୍ଦାରଙ୍କ ବିରୋଧରେ ଏତଲା ରୁଜୁ କରିବା ପରେ ଏହି ଘଟଣା ସଂକ୍ରାନ୍ତରେ ଜଣାପଡ଼ିଲା।  ପୁଲିସ ଅଭିଯୁକ୍ତ ଡାକ୍ତରଙ୍କୁ ତାଙ୍କ ଘରୁ ଗିରଫ କରିଛି।  ପୁଲିସ ଅନୁଯାୟୀ ଏହି ମାମଲାରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତଙ୍କୁ  କୋର୍ଟରେ ହାଜର କରାଯାଇଛି ଏବଂ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking