23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସୀମା ଟପିଲା ଡାକ୍ତରଙ୍କ ବର୍ବରତା

ସୀମା ଟପିଲା ଡାକ୍ତରଙ୍କ ବର୍ବରତା

ମଧ୍ୟପ୍ରଦେଶ: ଡାକ୍ତରମାନଙ୍କୁ ୨ୟ ଭଗବାନଙ୍କ ସ୍ଵରୂପ ଭାବେ ବିବେଚନ କରାଯାଏ। ହେଲେ ସେହି ଡାକ୍ତର ଯଦି ବର୍ବରତାର ସୀମା ଟପିବେ ତା’ହେଲେ ମାନିବିକତାର ଆଶା କାହାଠୁ ରଖିବା। ଏପରି ଜଣେ ଡାକ୍ତରଙ୍କ ବର୍ବରତାର ଦୃଶ୍ୟ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ। ୮୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଡାକ୍ତର ଘୋଷାରି ଘୋଷାରି ତଣ୍ଟିଆ ମାରି ଡାକ୍ତରଖାନାରୁ ବିଦା କରିଛନ୍ତି। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟକୁ ଜଣେ ୮୦ ବର୍ଷର ବୃଦ୍ଧ ଉଦ୍ଧବ ସିଂହ ଯୋଶୀ ଚିକିତ୍ସା ପାଇଁ ନିଜ ପତ୍ନୀଙ୍କ ସହିତ ଆସିଥିଲେ। ଏଥିପାଇଁ ସେମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ସେହି ସମୟରେ ରାଜେଶ ମିଶ୍ର ନାମକ ଡାକ୍ତର ତାଙ୍କ ନିକଟକୁ ଆସି ଦୁର୍ବ୍ୟବହାର କରିଥିଲେ। ଧାଡ଼ି ନିୟମ ମାନୁ ନ ଥିବା କହି ଡାକ୍ତର ଜଣକ ଉଦ୍ଧବଙ୍କୁ ଘୋଷାରି ଆଣିଥିଲେ। ପରେ ଅନ୍ୟ ଜଣେ କର୍ମଚାରୀଙ୍କୁ ଡକାଇଥିଲେ। ଡାକ୍ତର ଓ ସେହି କର୍ମଚାରୀ ଜଣକ ଉଦ୍ଧବଙ୍କୁ ଚାପୁଡ଼ା ଓ ବିଧା ଗୋଇଠା ମାରିବା ସହିତ ହାତ, ଗୋଡ଼ ଧରି ଘୋଷାରି ଘୋଷାରି ବାହାରେ ଫିଙ୍ଗି ଦେଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଗତ ୧୭ ତାରିଖରେ ଏହି ଘଟଣା ଘଟିଛି। ଏହି ଘଟଣାକୁ ନେଇ କଂଗ୍ରେସ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking