ଭୁବନେଶ୍ୱର: ରାଇମତି ଗୁହୁରିଆଙ୍କୁ ଡକ୍ଟରେଟ ଉପାଧି । ମାଣ୍ଡିଆ ବଦଳାଇ ଦେଇଛି ରାଇମତିଙ୍କ ଜୀବନ । ଓଏୟୁଟି ରେ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ । ସମ୍ମାନିତ ହେବା ପରେ ନିଜ ସଂଘର୍ଷର କାହାଣୀ କହିଛନ୍ତି ରାଇମତି । ସ୍କୁଲ ସମୟରେ ନିଜ ଘରେ ପାଠ ପଢିବା ସମୟ ରେ ନିଜ ବାପା , ମା ଙ୍କୁ ମାଣ୍ଡିଆ ଚାଷ ରେ ସାହାଯ୍ୟ କରୁଥିଲେ , ସେ ସମୟରେ ଖାଇବାକୁ ନ ଥିବା ବେଳେ , ପେଜ ପି ଜୀବନ ବଞ୍ଚାଉଥିଲେ ରାଇମତି ପରେ ସେ ମାଣ୍ଡିଆ ଚାଷ କରି ଥିଲେ ଏବଂ ସମସ୍ତେ ତାଙ୍କୁ ମାଣ୍ଡିଆ ରାଣୀ ଭାବେ ଡାକନ୍ତି । ତେବେ ଆଜି ସେ ମଣ୍ଡିକୁରାଣୀ ରୁ ଓଏୟୁଟି ରେ ଡକ୍ଟରେଟ ର ଉପାଧି ପାଇ ବହୁ ଖୁସି ଥିବାର କହିଛନ୍ତି ।










