19.1 C
Bhubaneswar
Saturday, February 7, 2026
Homeଓଡିଶାଜ୍ବର ପାଇଁ ଡାକ୍ତର ଲେଖିଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍

ଜ୍ବର ପାଇଁ ଡାକ୍ତର ଲେଖିଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍

ବୋନାଇ: ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଅଭାବନୀୟ ଘଟଣା । ଜ୍ବର ବଦଳରେ ୪ ବର୍ଷର ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକସନ୍‌ ଲେଖିଦେଲେ ଡାକ୍ତର । ପରିବାର ଲୋକ ପଚାରିବାରୁ ପ୍ରେସ୍‌କ୍ରିପସନ୍ ଚିରି ଦେଲେ ଡାକ୍ତର । ସୂଚନା ଅନୁସାରେ, ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବୋନାଇ ହସ୍ପିଟାଲରେ ଜ୍ୱରରେ ପୀଡିତ ଜଣେ ୪ ବର୍ଷର ଶିଶୁକୁ ଡାକ୍ତର ଆଣ୍ଟି-ରାବିଜ୍ ଇଞ୍ଜେକ୍ସନ ଦେଇଥିଲେ। ଯେତେବେଳେ ପିଲାଟିର ବାପା ଔଷଧ କିଣିବାକୁ ଗଲେ, ଦୋକାନୀ ପ୍ରଶ୍ନ କଲେ ଯେ ପିଲାଟିକୁ କୁକୁର କାମୁଡ଼ିଛି କି?

ସେହି ସମୟରେ ପରିବାର ଲୋକେ ଜାଣିପାରିଥିଲେ ଯେ ଡାକ୍ତର ଲେଖିଥିବା ଔଷଧ କୁକୁର କାମୁଡ଼ା ଇଞ୍ଜେକସନ୍‌। ଯେତେବେଳେ ଡାକ୍ତରଙ୍କୁ ପ୍ରେସକ୍ରିପସନ ବିଷୟରେ ପଚରାଗଲା, ସେତେବେଳେ ଡାକ୍ତର ତାହାକୁ ଚିରି ଦେଇଥିଲେ ବୋଲି ଜଣାପଡିଛି। ଏହି ଘଟଣା ପରେ ହସ୍ପିଟାଲ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯାହା ଫଳରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଶିଶୁଟିକୁ ଜ୍ୱର ହେବାରୁ ଡାକ୍ତରଖାନାକୁ ଅଣାଯାଇଥିଲା, କିନ୍ତୁ ଡାକ୍ତର ଏକ ଆଣ୍ଟି-ରାବିଜ୍ ଇଞ୍ଜେକ୍ସନ ଲେଖିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking