23.1 C
Bhubaneswar
Sunday, December 21, 2025
Homeଓଡିଶାସାଇବର ଠକେଇର ଶିକାର ହେଲେ ଡାକ୍ତର

ସାଇବର ଠକେଇର ଶିକାର ହେଲେ ଡାକ୍ତର

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ତାଙ୍କ ଆକାଉଣ୍ଟକୁ ଚାଲିଯାଇଛି ୭୫ ହଜାର ଟଙ୍କା । ଏଭଳି ଘଟଣା ଘଟିଛି  ଭଦ୍ରକ ଜିଲ୍ଲା  ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀମାଧବ ସେଠୀ । ଘଟଣାଟି ୧୦ ତାରିଖରେ ଘଟିଛି ।  ଡାକ୍ତର ସେଠୀ କହିଛନ୍ତି,   ସେଦିନ ସେ ମେଡିକାଲ  ରୋଗୀ ଦେଖୁଥିବା ବେଳେ  ଏକ ଅଜଣା ନମ୍ବରରରୁ  କଲ ଆସିଥିଲା ।  କଲ କରିଥିବା ବ୍ୟକ୍ତି ଜଣଙ୍କ ସବୁ ମୋ ବିଷୟରେ  ଜାଣିଲା ପରି କଥା ହେଉଥିଲା । ସେ ମୋତେ କହିଥିଲେ ଯେ ତାଙ୍କର  ଜଣେ ସଂପର୍କୀୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ର ଟଙ୍କା ଦରକାର ଅଛି। ସେ ଟଙ୍କା ପଠାଉଛନ୍ତି, କିନ୍ତୁ ତାଙ୍କ ସଂପର୍କୀୟଙ୍କ ଆକାଉଣ୍ଟକୁ ତାହା ଯାଉ ନାହିଁ। ତେଣୁ ସେ ମୋ ପାଖକୁ ୭୫ ହଜାର ଟଙ୍କା ପଠାଇ ଦେଇଛନ୍ତି। ତା’ର ସ୍କ୍ରିନ୍ ଶଟ୍ ମଧ୍ୟ ସେ ମୋ ହ୍ୱାଟ୍‌ସଆପ୍‌କୁ ପଠାଇଥିବା କହିଥିଲେ। ଏହା ସହିତ ଉକ୍ତ ଟଙ୍କାକୁ ତାଙ୍କ ସଂପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଦେବାକୁ କହିଥିଲେ। ନମ୍ବର ପଠାଇ ଦେଇଥିବା କଥା କହିଥିଲେ। ମୁଁ ବ୍ୟସ୍ତତା ଭିତରେ ଆକାଉଣ୍ଟ ନମ୍ବର ଚେକ୍ ନକରି ସେହି ନମ୍ବରରେ ଥରେ ୫୦ ହଜାର ଓ ଆଉ ଥରେ ୨୫ ହଜାର ପଠାଇ ଦେଇଥିଲି। ପଇସା ପଠାଇବା ପରେ ମୁଁ ଆକାଉଣ୍ଟ ଚେକ୍ କଲି। ମୁଁ ଦେଖିଲି ମୋ ପାଖକୁ ପଇସା ଆସି ନଥିଲା। କିନ୍ତୁ ମୋ ଆକାଉଣ୍ଟରୁ ୭୫ ହଜାର ଟଙ୍କା କଟି ଯାଇଥିଲା। ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ସେ ଅନ୍‌ଲାଇନ୍‌ରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ଥାନା ମାମଲା ରୁଜୁ କରିଛି। ଏହା ସହିତ ସେ ଧାମନଗର ଥାନାରେ ଏନେଇ ଏକ ଏଫଆଇଆର ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking