30.1 C
Bhubaneswar
Friday, September 20, 2024
Homeଓଡିଶାଆପଣ ଶୋଇଲା ବେଳେ ପିଲୋ ସ୍ପ୍ରେ’ ବ୍ୟବହାର କରୁଛନ୍ତି କି ?

ଆପଣ ଶୋଇଲା ବେଳେ ପିଲୋ ସ୍ପ୍ରେ’ ବ୍ୟବହାର କରୁଛନ୍ତି କି ?

ଭୁବନେଶ୍ୱର :  ଶରୀର ପାଇଁ ନିଦ୍ରା ବା ଶୋଇବା ଖୁବ ଗୁରୁତ୍ୱପୂର୍ଣ୍ଣ । ଯଦି ଠିକ ଭାବେ ନିଦ ନ ହୁଏ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଦେଇଥାଏ । ଆପଣଙ୍କୁ ରାତିରେ ଶୋଇବାକୁ ଅସୁବିଧା ହେଉଛି କି ? ଯଦି ହେଉଛି, ତାହେଲେ ଆପଣ ପିଲୋ ସ୍ପ୍ରେ’ ବ୍ୟବହାର କରିପାରିବେ । ଯାହାକି ଆପଣଙ୍କୁ ଭଲ ନିଦ କରେଇବାରେ ସାହାଯ୍ୟ କରିଥାଏ । ଜଳ ଏବଂ ଏକ ପ୍ରକାର ତେଲର ମିଶ୍ରଣ ହେଉଛ ଏହିି ପିଲୋ ସ୍ପ୍ରେ । ଗବେଷକଙ୍କ ମତରେ, ପିଲୋ ସ୍ପ୍ରେ’ ଆପଣଙ୍କୁ ଭଲ ନିଦ କରେଇବା ସହ ଶୀଘ୍ର ଶୋଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ସ୍ପ୍ରେ’ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ସତେଜ ଅନୁଭବ କରେଇଥାଏ । କିନ୍ତୁ ପିଲୋ ସ୍ପ୍ରେ’ ପ୍ରକୃତରେ କାମ କରେ କି ନାହିଁ । ଆସନ୍ତୁ ଜାଣିବା ବିଜ୍ଞାନ କ’ଣ କହୁଛି ।

ପିଲୋ ସ୍ପ୍ରେ’ କ’ଣ ସତରେ କାମ କରେ ?
ଏ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରିବା ପରେ ‘ପିଲୋ ସ୍ପ୍ରେ’ କାମ କରେ କି ନାହିଁ ଏହାର କୌଣସି ପ୍ରମାଣ ପାଇନାହାଁନ୍ତି । ତଥାପି, ଆରୋମାଥେରାପି ବା ବାସ୍ନା ଉପରେ ବିଶେଷ ଭାବେ କୁହାଯାଉଛି ଯେ, ଭଲ ନିଦ ଦେବାରେ ‘ପିଲୋ ସ୍ପ୍ରେ’ ସାହାଯ୍ୟ କରିଥାଏ । ତେଣୁ ଗବେଷଣାରୁ ଜଣାପଡିଛି କି, ଯଦି ଆପଣ ରାତ୍ରି ସମୟରେ ଭଲ ଏବଂ ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି ତେବେ, ଏହି ସ୍ପ୍ରେ ବ୍ୟବହାର କରନ୍ତୁ । ୨୦୧୧ ରୁ ୨୦୧୯ ମଧ୍ୟରେ ଏହା ଉପରେ ୩୦ ରୁ ଅଧିକ ଅଧ୍ୟୟନ ହୋଇସାରିଛି । ଯେଉଁଥିରୁ ଜଣାପଡିଛି ଯେ, ଆରୋମାଥେରାପି ଭଲ ନିଦ୍ରା ଆଣିବାରେ ସାହାଯ୍ୟ କରିଥାଏ । ଏହା ସହ ବୟସ୍କଙ୍କ ମଧ୍ୟରେ ବ୍ଲଡପେସର, ଯନ୍ତ୍ରଣା, ଚିନ୍ତା ଏବଂ ଥକ୍କାପଣକୁ ଦୂର କରିଥାଏ ।

ଆସନ୍ତୁ ଜାଣିବା ପିଲୋ ସ୍ପ୍ରେ’ର ସରଳ ଉପାଦାନ :
ଅଧିକାଂଶ ପିଲୋ ସ୍ପ୍ରେ’ରେ ସରଳ ଉପାଦାନଗୁଡିକ ବ୍ୟବହାର କରାଯାଇଥାଏ । ପ୍ରାଥମିକ ଦୁଇଟି ଉପାଦାନ ହେଉଛି, ଜଳ ଏବଂ ଅତ୍ୟାବଶ୍ୟକ ତେଲ। ଶୋଇବା ପାଇଁ ପିଲୋ ସ୍ପ୍ରେ’ର ଉପାଦାନଗୁଡିକୁ ଆମେ ଜାଣିବା ।

• ଲାଭେଣ୍ଡର : ଏହାକୁ ବିଜ୍ଞାନ ସମର୍ଥନ କରି କହିଛି ଯେ, ଏହି ତେଲ ଆପଣଙ୍କ ଶୋଇବା ମାନରେ ଉନ୍ନତି ଆଣିଥାଏ । ଏହା ମଧ୍ୟ ଆପଣଙ୍କର ହାର୍ଟବିଟ୍‌ ସୁସ୍ଥ ରଖିବା ସହ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
• କାମୋମାଇଲ୍‌ : ଏହାକୁ ଅଧ୍ୟୟନ କରିବା ପରେ ଜଣାପଡିଛି ଯେ, କାମୋମାଇଲ୍‌ ଏବଂ ଲାଭେଣ୍ଡରର ମିଶ୍ରଣରେ, ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଭଲରେ ନିଶ୍ୱାସ ନେବା ସହ ଷ୍ଟ୍ରେସ୍‌ ଏବଂ ଡିପ୍ରେସନକୁ କଣ୍ଟ୍ରୋଲ କରାଇଥାଏ ।
• କେଦାର କାଠ : ଏହି ତେଲକୁ ବ୍ୟବହାର କଲେ ଆପଣଙ୍କ ସ୍ନାୟୁ ଦୁର୍ବଳ ହୋଇନଥାଏ। ଯାହା ଆପଣଙ୍କ ହାର୍ଟବିଟ୍‌ ଏବଂ ଆଡ୍ରେନାଲିନକୁ ନିୟନ୍ତ୍ରଣ ରଖିଥାଏ ।
• ମିଠା କମଳା : ଏହି ତେଲରେ ସାଇଟ୍ରସ୍‌ ସୁଗନ୍ଧ ଥାଏ । ଯାହା ଆପଣଙ୍କ ଶରୀର ଏବଂ ମନକୁ ଆରାମ ଦେବା ସହ ଭଲରେ ଶୋଇବାକୁ ମଧ୍ୟ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking