29.1 C
Bhubaneswar
Monday, February 2, 2026
Homeଦୁର୍ଗା ପୂଜା - 2024ଆପଣ ଜାଣିଛନ୍ତି କି କାହିଁକି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ବେଶ୍ୟାଳୟର ମାଟି

ଆପଣ ଜାଣିଛନ୍ତି କି କାହିଁକି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ବେଶ୍ୟାଳୟର ମାଟି

ଭୁବନେଶ୍ୱର : ଦୁର୍ଗା ପୂଜା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ କୁହାଯାଏ। ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ। ଏହା ବିଭିନ୍ନ ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ତେବେ କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି। ହେଲେ ଏହି ବେଶ୍ୟାଳୟର ମାଟି କାହିଁକି ବ୍ୟବହାର କରାଯାଏ ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ପରମ୍ପରା କୁହେ ଜଣେ ବେଶ୍ୟା ମା’ ଦୁର୍ଗାଙ୍କର ପରମ ଭକ୍ତ ଥିଲେ। ତାଙ୍କୁ ତିରସ୍କାରରୁ ମୁକ୍ତ କରିବାକୁ ମା’ ନିଜେ ଆଦେଶ ଦେଇଥିଲେ କି ଯେତେବେଳେ ତାଙ୍କର ପ୍ରତିମା ପୂଜା କରିବା ପାଇଁ ନିର୍ମାଣ କରାଯିବ ସେଥିରେ ବେଶ୍ୟାଳୟର ମାଟି ବ୍ୟବହାର କରାଯିବ। ମା’ ଦୁର୍ଗାଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରଥାକୁ ପାଳନ କରାଯାଇଥାଏ ବୋଲି କୁହାଯାଏ। ଆହୁରି ମଧ୍ୟ କୁହାଯାଏ କି ଯେତେବେଳେ ଜଣେ ବ୍ୟକ୍ତି ବେଶ୍ୟାଳୟ ଯାଇଥାଆନ୍ତି ସେତେବେଳେ ସେ ତାଙ୍କର ପବିତ୍ରତାକୁ ବେଶ୍ୟାଳୟର ଦ୍ୱାରରେ ଛାଡି ଦେଇ ଯାଇଥାଆନ୍ତି। ତାଙ୍କର ସମସ୍ତ ଭଲ କର୍ମ ଓ ଶୁଦ୍ଧତା ବେଶ୍ୟାଳୟ ବାହାରେ ହିଁ ରହିଯାଇଥାଏ। ସେଥିପାଇଁ ବେଶ୍ୟାଳୟର ମାଟିକୁ ମା’ଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଏ। ଆହୁରି ମଧ୍ୟ କେହି କେହି ମତ ଦିଅନ୍ତି କି ବେଶ୍ୟାବୃତ୍ତି ସବୁଠାରୁ ବଡ ଅପରାଧ। ତେଣୁ ଏମାନଙ୍କୁ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ମୋକ୍ଷ ପ୍ରାପ୍ତି କରିବାକୁ ବେଶ୍ୟାଳୟର ମାଟିକୁ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଇଥାଏ। ଆହୁରି ମଧ୍ୟ ବେଶ୍ୟାମାନଙ୍କୁ ସାମାଜର ମୁଖ୍ୟ ଶ୍ରୋତରେ ସାମିଲ କରାଯାଇ ନ ଥାଏ ହେଲେ ଏହି ଦୁର୍ଗାପୂଜା ଅବସରରେ ତାଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବାକୁ ଏମିତି ପ୍ରୟାସ କରାଯାଏ ବୋଲି କୁହାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking