16.1 C
Bhubaneswar
Thursday, January 16, 2025
Homeଓଡିଶାଜାଣନ୍ତୁ ଆଖି ଡେଇଁଲେ ଶୁଭ ନା ଅଶୁଭ ?

ଜାଣନ୍ତୁ ଆଖି ଡେଇଁଲେ ଶୁଭ ନା ଅଶୁଭ ?

ଭୁବନେଶ୍ୱର: ଆଖି ଡେଇଁବା ବା ଫଡ ଫଡ ହେବାକୁ ନେଇ ଅନେକ ଲୋକ ପାଇଁ ଶୁଭ ଓ ଅଶୁଭ ସଙ୍କେତ ରହିଥିବା ବିଶ୍ୱାସ କରନ୍ତି । ବାମ ଆଖି ଡେଇଁବାକୁ ଅଶୁଭ ବୋଲି ଧରା ଯାଉଥିବା ବେଳେ ଏହାକୁ ନେଇ ଦେଶର ବିଭିନ୍ନ ସଂସ୍କୃତିର ଭିନ୍ନଭିନ୍ନ କଥା ରହିଛି । କୁହାଯାଏ ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ । ଆଖି ଡେଇଁବା ଏକ ସାମାନ୍ୟ କଥା । ଏହା କିଛି ମୁହୂର୍ତ୍ତ ପାଇଁ ହୋଇପାରେ କିମ୍ବା ହୁଏତ ଗୋଟିଏ କିମ୍ୱା ଦୁଇ ଦିନ ପର୍ଯ୍ୟନ୍ତ ଏପରି ହୋଇପାରେ । କିଛି ମୁହୂର୍ତ୍ତ ପାଇଁ ଆଖି ଡେଇଁବା ସାଧାରଣ ହୋଇଥାଏ କିନ୍ତୁ ଅଧିକ ସମୟ ପାଇଁ ଆଖି ଡେଇଁବା ଚିନ୍ତାଜନକ ହୋଇପାରେ । ବୈଜ୍ଞାନିକଙ୍କ ମତରେ ଏହା ଏକ ସାମାନ୍ୟ ପ୍ରକ୍ରିୟା । ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁ ଥାଏ । ଏହା ଚିକିତ୍ସା ସହ ଜଡ଼ିତ । ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଲୋକ ବିଶ୍ବାସ ରହିଛି । ଆଖି ଡେଇଁବାର ଅନ୍ୟାନ କାରଣ ମଧ୍ୟ ରହିଛି । ଆଖିର ଶୁଖିଲା ପଣ ଯୋଗୁଁ ବି ଆଖି ଡେଇଁଥାଏ । ଏହା ବ୍ୟତୀତ ଆଖିରେ ଆଲର୍ଜି କିମ୍ୱା ପାଣି ଗଡ଼ିବା ଯୋଗୁଁ ମଧ୍ଯ ଏପରି ହୋଇପାରେ । ଏଭଳି ଏକାଧିକ କାରଣ ରହିଛି ।ନିଦ ପୂରା ହୋଇନଥିଲେ ବି ଆପଣଙ୍କ ଆଖି ଫଡଫଡ଼ ହେବା ଆରମ୍ଭ ହୋଇପାରେ । ଦୀର୍ଘ ସମୟ ପର୍ଯ୍ଯନ୍ତ ଚାହିଁ ରହି ବହି ପଢ଼ିବା କିମ୍ୱା ଫିଲ୍ମ ଦେଖିବା ଯୋଗୁଁ ବେଳେବେଳେ ନିଦ ପୂରା ହୁଏ ନାହିଁ । ଯେଉଁଥି ପାଇଁ ଆଖି ଡେଇଁଥାଏ । କମ୍ପ୍ୟୁଟର, ଲାପ୍‌ଟପ୍‌, ମୋବାଇଲ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇପାରେ । ଆଖିର ମାଂସପେଶରୀରେ ବକ୍ରତା କିମ୍ବା କୌଣସି ସମସ୍ୟା କାରଣରୁ ବି ଆଖି ଡେଇଁଥାଏ । ଏହି ସ୍ଥିତିରେ ଆଖିର ମାଂସପେଶୀ ସଙ୍କୁଚିତ ହୋଇଥାଏ । ଆଖିର ଦୂରଦୃଷ୍ଟିରେ ଅଧିକ କଷ୍ଟ ହୋଇଥାଏ । ଦୃଷ୍ଟିଶକ୍ତି କମିବା ମଧ୍ୟ ଆଖି ଡେଇଁବାର ଏକ କାରଣ ।ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । ଯଦି ଆପଣ କୌଣସି କାରଣକୁ ନେଇ ଚିନ୍ତିତ, ସେହି କଥାକୁ ବାରମ୍ୱାର ଭାବୁଥାନ୍ତି ତେବେ ଷ୍ଚ୍ରେସ୍‌ ଅଧିକ ବଢିଥାଏ । ଯେଉଁଥିପାଇଁ ଆପଣଙ୍କ ଆଖି ଡେଇଁବା ଆରମ୍ଭ ହୋଇପାରେ । ଚିନ୍ତା ଯୋଗୁଁ ନିଦ ବି ବାରମ୍ୱାର ଭାଙ୍ଗିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking