ଭୁବନେଶ୍ୱର: ପାଣିପାଗ ପରିବର୍ତ୍ତନ ହେବା ମାତ୍ରେ ଲୋକମାନେ ଅସୁସ୍ଥ ହୋଇଯାଆନ୍ତି । ଥଣ୍ଡା ଓ କାଶର ଶିକାର ହୁଅନ୍ତି । ଏଥିରୁ ମୁକ୍ତି ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ କିଛି ଘରୋଇ ଉପଚାର ଆମେ କହି ରଖୁଛୁ ଏହା କରନ୍ତୁ , ଯାହା କାଶ ଏବଂ ଗଳା ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଅନେର୍ପ୍କାର ହର୍ୱାଲ ଟି ରହିଛି ଯାହା ଗଳାକୁ ତୁରନ୍ତ ଆରାମ ପ୍ରଦାନ କରିଥାଏ । ଅଦା ଆଣ୍ଟି- ଇନଫ୍ଲାମେଟୋରୀ ଗୁଣ ରହିଛି , ଯାହା ଗଳାର ଫୁଲାକୁ ହ୍ରାସ କରିବାରେ ସାହାର୍୍ୟ୍ୟ କରେ । ସାଧାରଣତଃ କ୍ଷୀର ଚାରେ ଅଦା ବ୍ୟବହୃତ ହୁଏ । ଏହା ଏବେ ଡିକୋସନ ଭାବରେ କାମ କରେ । ଲବଙ୍ଗରେ ଆନାଲେଜିକ ଗୁଣ ରହିଛି , ଯାହା ଗଳା ଯନ୍ତ୍ରଣାକୁ ହ୍ରାସ କରିଥାଏ । ଗରମ ପାଣି ସହିତ ଲବଙ୍ଗ କୁ ନେଇ ପିଇପାରିବେ । ମହୁ ଏବଂ ଗୋଲ ମରିଚ ମଧ୍ୟ କାଶରୁ ମୁକ୍ତି ପାଇପାରିବେ । ଗରମ ପାଣି ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କାଶରୁ ମଧ୍ୟ ଆରାମ ମିଳିଥାଏ ।