ଭୁବନେଶ୍ୱର: ସେଓ ଖାଇବା ପରେ ତୁରନ୍ତ ଏହି ଜିନିଷ ଖାଇବା ଉଚିତ ନହେଁ । ଆପଲ ସ୍ୱାସ୍ଥ୍ୟ ପାଇଁ ଭଲ ଫଳ ବୋଲି ବିବେଚନା କରାଯାଏ । ଏହା ଆଣ୍ଟି ଅକ୍ସିଡାଣ୍ଟ, ଲୁହା ପୋଟାସିୟମ, ମ୍ୟାଗ୍ନେସିୟମ ଫାଇବର ଏବଂ ଅନ୍ୟାନ୍ୟ ଅନେକ ପୋଷକ ତ୍ତତ୍ତ୍ୱରେ ଭରପୁର ରହିଥାଏ । ସେଓ ଖାଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ସେଓ ଖାଇବା ପରେ ଅନେକ ଜିନିଷ ଖାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସେଓ ଖାଇବା ପରେ ତୁରନ୍ତ ଦହି ଖାଆନ୍ତୁ ନାହିଁ । ଏବଂ ଆପଣଙ୍କର ଫୁସଫୁସରେ ସଂକ୍ରମଣ ମଧ୍ୟ ସୃଷ୍ଟି କରିପାରେ । ସେଓ ଏବଂ ଦହି ଉଭୟ ଥଣ୍ଡା । ତେଣୁ ସେଓ ଖାଇବା ପରେ ତୁରନ୍ତ ଦହି ଖାଇବା ଦ୍ୱାରା ଶରୀରରେ କଫ ବୃଦ୍ଧି ପାଇପାରେ । ଏହା ବ୍ୟତୀତ , ସେଓ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ କାରଣ ଏହା ପେଟରେ ଏସିଡ , ପାଚନ ସମସ୍ୟା, ଅନ୍ତନଳୀର ପ୍ରଦାହ ଏବଂ ବଦହଜମୀ ସୃଷ୍ଟି କରିପାରେ । ସେଓ ଖାଇବା ପରେ କେବେବି ମୂଳା ଖାଆନ୍ତୁ ନାହିଁ । କାରଣ ଏହାର ଥଣ୍ଡା ପ୍ରଭାବ ଥାଏ । କାଶ ଏବଂ ପାଚନ ସମସ୍ୟା ସୃଷ୍ଟି କରିଥାଏ । ସେଓ ଖାଇବା ପରେ ଖଟା ଫଳ ଏବଂ ଆଚାର ଖାଇବା ଉଚିତ ନୁହେଁ । ପେଟ ସମସ୍ୟା ସୃଷ୍ଟି କରିପାରେ ।










