19.1 C
Bhubaneswar
Tuesday, January 28, 2025
Homeଓଡିଶାଆପଣଙ୍କର ଶୀତଦିନେ ଓଠ ଫାଟୁଛି କି? ଆପଣାନ୍ତୁ ଏହି ଉପାୟ

ଆପଣଙ୍କର ଶୀତଦିନେ ଓଠ ଫାଟୁଛି କି? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ଶୀତଦିନେ ଓଠ ଫାଟିବା , ଚର୍ମ ଶୁଖିଲା ରହିବା ସ୍ୱାଭାବିକ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ  ଅନେକ ଲୋକ ଘରୋଇ ଉପଚାର କରନ୍ତି । ଜାଣନ୍ତୁ କଣ ରହିଛି ଉପଚାର । ଓଠ, କିମ୍ବା ଚର୍ମରେ  ଶୋଇବା ପୂର୍ବରୁ ଦେଶୀ ଘିଅ ଲଗାନ୍ତୁ । ଏହା ଏକ ପ୍ରାକୃତିକ ମଏଶ୍ଚରାଇଜର ଭଳି କାମ କରେ । ଏହାଛଡା ମହୁ ମଧ୍ୟ ବ୍ୟବହାର କରନ୍ତୁ । ଏହାକୁ ସିଧା ସଳଖ ଓଠରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ ।   ଏଥିରେ ହାଇଡ୍ରେଟିଂ ଏଜେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣରେ ଭରପୁର ଅଟେ ।  ଶାତଦିନେ ନଡିଆ ତେଲ ଦେହରେ ବ୍ୟବହାର କରିବା ଆବଶ୍ୟକ । କାରଣ ପାଟିଯାଇଥିବା ଓଠକୁ ଭଲ କରିବାରେ ସାହାଯ୍ୟ  କରେ । ଆପଣ ପାଣି ସଠିକ ମାତ୍ରାରେ ପିଇବା ଦ୍ୱାରା  ଓଠ ଫାଟିବା କମିଯାଏ । ନିମ ତେଲ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ  ଆଣ୍ଟି ଫଙ୍ଗାଲ ଅଟେ ।  ଯାହା ଫାଟିଯାଇଥିବା ଓଠରେ  ସଂକ୍ରମଣର ଆଶଙ୍କା  ହ୍ରାସ କରିଥାଏ ।  ଓଠକୁ ସୁସ୍ଥ ଓ ନରମ ରଖିବାରେ ସହାୟକ ହୁଏ । ଗୋଲାପ ଜଳ ଓଠରେ ଲଗାଇବା ଦ୍ୱାରା ଓଠକୁ  ହାଇଡ୍ରେଟ ରଖିଥାଏ । ଯାହା ଫଳରେ ଓଠ ଫାଟେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking