ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ସ୍କିନ କେୟାର କରିବା ନିତ୍ୟାନ୍ତ ଆବଶ୍ୟକ । ଦିନକୁ ଅତି କମରେ ଥରେ କିମ୍ବା ଦୁଇଥର ଫେସୱାସ କରିବା ଜରୁରୀ । ବାହାରୁ ଆସିବା ପରେ ନିଶ୍ଚିତ ଭାବରେ ସାବୁନରେ ମୁହଁ ଧୁଅନ୍ତୁ । ଏହା କରିବା ଦ୍ୱାରା ମୁହଁରୁ ମଇଳା ଦୂର ହୋଇଥାଏ । ଯାହା ଫଳରେ ତ୍ୱଚା ଅଧିକ ସୁନ୍ଦର ଦେଖାଯାଏ । ଖରା ଦିନେ ଟୋନର ବ୍ୟବହାର କରନ୍ତୁ । ମଏଶ୍ଚରାଇଜର ମଧ୍ୟ ବ୍ୟବହାର କରନ୍ତୁ । ଏହା କରିବା ଦ୍ୱାରା ଚର୍ମ ହାଇଡ୍ରେଟ ରହିଥାଏ । କରା ହେଉ କି ଶୀତ , ପ୍ରତିଦିନ ସନସ୍କ୍ରିନ ଲଗାଇବା ଆବଶ୍ୟକ । ଯେତେବେଳେ ଖରାରେ ଯାଉଛନ୍ତି , ସୂଯ୍ୟକିରଣରୁ ରକ୍ଷା ପାଇବା ପାଇଁ ସନସ୍କ୍ରିନ ବ୍ୟବହାର କରିବା ଉଚିତ ।