ନୂଆଦିଲ୍ଲୀ: ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ବ୍ୟାଗରେ କଣ ନେବେ ଆଉ କଣ ନେବେ ନାହିଁ ଜାଣନ୍ତୁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କିଛି ଜିନିଷର ତାଲିକା ଜାରି କରିଛି । ଯାହାକୁ ବିମାନରେ ନେବା ନିଷେଧ । କଇଁଚି , ବ୍ଲେଡ . ନେଲ କଟର, ଛୁଞ୍ଚି ଏଭଳି କିଠି ଧାରୁଆ ଅସ୍ତ୍ର ନେବା ପାଇଁ ଅନୁମତି ମିଳିନାହିଁ । ଏହା ସହ ଶୁଖିଲା ନଡିଆ , ଦିଆସିଲି କାଠି ଓ ଥିନର. ଲାଇଟରକୁ ନେଇପାରିବେ ନାହିଁ । କାରଣ ଶୁଖିଲା ଜିନିଷକୁ ହଠାତ ନିଆଁ ଧରିଥାଏ । ଘରେ ତିଆରି କରିଥିବା ରୋଷେଇ ମଧ୍ୟ ବିମାନରେ ନେବା ନିଷେଧ । ଏହା ସହ ସିଗାରେଟ, ତମାଖୁ , ଗଞ୍ଜେଇ ମଧ୍ୟ ନିଷେଧ ହୋଇଛି । ୧୦୦ ମିଲିରୁ ଅଧିକ ତରଳ ପଦାର୍ଥ ବହନ କରିବାକୁ ଅନୁମତି ନାହିଁ । ପରିମାଣଠୁ ଅଧିକ ହେଲେ ବିମାନବନ୍ଦରରେ ଫିଙ୍ଗି ଦିଆଯାଏ ।