ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କହିଛନ୍ତି ଯେ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିଏନବି ପାଠ୍ୟକ୍ରମ ଆରମ୍ଭ ହେବ । ପ୍ରାକ୍ଟିକାଲ ଓ କ୍ଲିନିକାଲ ଟ୍ରେନିଂ ପାଇ ସ୍ପେଶିଆଲାଇଜେସନ କରିପାରିବେ । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରାଯିବ । କେନ୍ଦୁଝର ଜିଲ୍ଲାରେ ପ୍ରଥମେ ଏବିଡିଏମର ପାଇଲଟ ପ୍ରୋଗ୍ରାମ ଆରମ୍ଭ ହେବ । ଏବିଡିଏମ ଦ୍ୱାରା ଆପଏଣ୍ଟମେଣ୍ଟ, ବୁକିଂ, ରେଫରାଲ, ଫଲୋଅପ ଡିଜିଟାଲ ହେବ । ପରେ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ସଂପ୍ରସାରଣ କରାଯିବ । ଆୟୁଷ ଡାକ୍ତରମାନେ କେବଳ ଆୟୁରର୍ବେଦିକ ଔଷଧ ହିଁ ଲେଖିବେ । କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ କରିବେନି ଆୟୁଷ ଡାକ୍ତର । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆୟୁର୍ବେଦିକ ଓ ହୋମିଓପାଥି ମେଡିସିନ ମିଳିବ ।









